ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଅର୍ଚ୍ଚନା ରଚନା 

   ଅର୍ଚ୍ଚନା ରଚନା 

  ଦିଲ୍ଲୀପ କୁମାର ନନ୍ଦୀ 

ଅର୍ଚ୍ଚନା ରଚନା ଲେଖୁଛକି ନନା
ରାଜ୍ୟ ସାରା ଦେଖ ଉଡ଼ୁଛି ବାନା
ଅଲାଜୁକ ପରା ପଚାରୁଛି ଆହେ
ବେହିଆକୁ ଟିକେ ପଛକୁ ଅନା
ବଥଟା ହୋଇଛି ଏଇଠି ସିନା
ନିର୍ଲଜ ପଣରେ ମୁହଁକୁ ହଲେଇ
କହୁଛନ୍ତି ଆମେ ନିର୍ମଳ ସିନା।।
କିମଧୁ ଥିଲା ଯେ’ ମଧୁପ ଭୁଲିଲା
ମର୍ଦ ମଧୁ ପାଇଁ ମତ୍ତୁଆଲା 
ସୁଵର୍ଣ୍ଣ ପିଆଲା ଠାରୁ ସେ ରଙ୍ଗୀଲା
ରଙ୍ଗେ ଭୁଲାଇଲା ସେ ନବିନା
ଆହାଃ କି ସୁନ୍ଦର ମଧୁବାଳା 
ମଧୁଶାଳାରେ ତ ମଧୁର ମତିରେ 
ରଙ୍ଗ ଅଧରେ ତା’ଚୁମୁଥିଲା।।
ଧନ୍ୟ ପ୍ରଶାସନ, ମନ୍ତିରୀ ଯନ୍ତିରୀ
ତନ୍ତିରୀ ବି ସେଠି ବୁଡୁଥିଲା
ସତେ ଗଙ୍ଗା ଜଳ ଆହାଃ କି ନିର୍ମଳ
ଚଳୁକରି ଚଳେ ପିଉଥିଲା
ତଣ୍ଟିରେ ଅବାକି ଅଟକିଲା
ଦେଖି ଶୁଣି ଏଠି ଚୁଉପୁ ରହୁଛି
ଜନତା ଭକୁଆ ରହେ ସିନା।।
ଛୁଞ୍ଚି ତ ପଡ଼ିଲେ ନବଖଣ୍ଡ ଏଠି
ଉପର ପାହାଚେ ଭାରି ଲୀଳା
ସାଧରଣ ଯଦି ଛୁଇଁଲା କେଉଁଠି
ମାରା ହୋଇଯାନ୍ତି ସର୍ବଗୀଳା
ତୁମେ କରୁଥିଲେ ସବୁ ଲୀଳା 
ଛୁଇଁଲେ ଆଉ କେ’ନିଏ କିଳା
ଜନତା ଏଇଠି ଚୁପ୍ ରହୁଛି
ଉଚିତ୍ କାଳରେ ସୁ- ଚିନ୍ତା କରି ସେ
ନିଶ୍ଚିନ୍ତ ଦେବ ଅଚଞ୍ଛା କିଳା।।

 ଧର୍ମଶାଳା, ଯାଜପୁର 

Related posts

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ପଞ୍ଚାୟତ ରେ ସର୍ଵ ସାଧାରଣ ସମ୍ପତ୍ତି ନିଲାମ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!