ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମନ ଆକାଶ ରେ ଜହ୍ନ

ମନ ଆକାଶ ରେ ଜହ୍ନ

ନଳିନୀ ପ୍ରଭା ମିଶ୍ର

ମନ ଆକାଶର ଜହ୍ନ ଗୋ ତୁମେ !
  ମୁଁ ସରସୀ ର ନୀଳ କଇଁ
ଯୁଗ ଯୁଗ ଧରି ଆମରି ସମ୍ପର୍କ
  ଆବିଳତା କିଛି ନାହିଁ।
ସାନ୍ଧ୍ୟ ଆକାଶରେ ତୁମ ଆବିର୍ଭାବ
   ମନ ଆକାଶର ଜହ୍ନ 
ତୁମ ! ଆଗମନେ ମୋ ମନ 
  ସାଗର ହୁଅଇ ଉଦ୍ ବେଳନ।
ସମ୍ପର୍କ ଭାବଟି ଏପରି ନିବିଡ
  ଯେଉଁଠି ବାସ୍ତବ ପ୍ରେମ
ନିବିଡ ମାୟାର ବନ୍ଧନ ର 
  ଡୋର ନାହିଁ ସେଠି ବ୍ୟତିକ୍ରମ।
ପ୍ରେମର ଉଜାଣି ଯୋଜନ କୁ 
 ‌ଡେଇଁ ଆମ ସମ୍ପର୍କର ରେଖା
ନୀଳ ନୀରବତା କାହାଣୀ ରଚିଛି
   ନୀଳ ନୀଳ ଉପତ୍ୟକା।
ଶାଶ୍ବତ ଆମ ଅମର ପ୍ରେମ
  ଜ୍ଵଳନ୍ତ ଦୃଷ୍ଟାନ୍ତ ଏକ
ସୃଷ୍ଟି ସର୍ଜନା ର ଚିରନ୍ତନ ରୀତି
  ହୋଇଅଛି ଅଭିଲେଖ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

Sunil Chandra Nayak

ଖଡ଼ିଆଳ ସିଡିପିଓ କାର୍ଯ୍ୟାଳୟ କୁ ୨୨ ଦଫା ଦାବୀ ନେଇ ଘେରିଲେ ଆଶା ଓ ଅଙ୍ଗନୱାଡି କର୍ମୀ

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!