ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଲ୍ ମାଟିର ଲାଲ୍ ସଲାମ୍

 ଲାଲ୍ ମାଟିର ଲାଲ୍ ସଲାମ୍

      

              କୈଳାସ ଚ଼ନ୍ଦ୍ର ପାଢ଼ୀ

ଲାଲ୍ ମାଟିର ଲାଲ୍ ସଲାମ୍
       ଘେନ ହେ ଶହୀଦ୍ ଘେନମୋର,
ଏକସ୍ତରୀ ତମ ଶ୍ରାଦ୍ଧବାର୍ଷିକୀରେ
       ଘେନ ମୋର ଭକ୍ତି-ପୁଷ୍ପହାର ।
ତୁମ ସମାଧିର ପୀଠସ୍ଥଳେ,
ସର୍ବହରା ମୁଁ ଶାନ୍ତିର ସୁରେ
        ତୁମଗୀତଗାଏଁ ତାଳେତାଳେ।। 
ତୁମେ ଏ ମାଟିର ଚ଼ିର ବନ୍ଦ୍ୟ ହେ
        ତୁମେ ମୁକ୍ତିର ମଧୁ ଛାନ୍ଦ,
ମମତାର ଝରାଶେଫାଳୀ ହେ ତୁମେ
         ତୁମେହିଁ ତ ବିଶ୍ବ ବନ୍ଦ୍ୟ ।
ତୁମେ ଅଲିଭା ଶିଖାର ଜ୍ୟୋତି,
ସାଗରବେଳାର ଶାମୁକା ଗଦାରେ
       ତୁମେଗୋଟେଗୋଟେ ମୋତି।।
ତୁମ ବୀରତ୍ବର ଅମଳିନ-ଗାଥା
       ଇତିହାସୁ କିଏ ପଢି଼ନାହିଁ,
ବିଶ୍ବାସ ଆଉ ଅବିଶ୍ବାସର
       ସଂଜ୍ଞା କିଏସେ ବୁଝି ନାହିଁ।
ତଥାପି ସମୟ ଧୋକାଦିଏ,
ସ୍ବାଧୀନତା ଆଜି ମଣିଷ ଭିତରେ
       ସ୍ବେଚ୍ଛାଚ଼ାରିତାର ରୂପନିଏ।।
କାହିଁକି କେଜାଣି ଆଖିରେ ଆଖିରେ
        ପରଳ ତ ଆଜି ଯାଏ ଘୋଟି,
କଲ୍ୟାଣକାରୀ ଚେତନା-ସମୂହ
        ମଣିଷ ଭିତରୁ ଯାଏ ହଟି ।
ମାଟି ମାଆ ଛାତି ଯାଏଫାଟି,
କାରା-ସମ ଲାଗେ ଧରା-ସୁନ୍ଦର
       ଅସହ୍ୟ ଅସହ୍ୟ ଜ୍ବାଳାଏଠି ।।
ଏଠି ଖାଲି ଆଜି ହିସା-ଇଗଲ୍
       ସ୍ବାର୍ଥ ର ଉଗ୍ର-ଅଜଗର,
ବିଷ-ବଳୟରେ ବିଶ୍ବାସ ହଜେ
       ନିଃଶ୍ବାସ ହୋଇଯାଏ ପର।
ଇଗଲ୍ ର ଉଗ୍ର ପଞ୍ଝାତଳେ,
ମାଟିର-କବିତା ଛଟପଟ ହୁଏ
        ମହାକାଳ ହସେ ବିକଟାଳେ।।
ତଥାପି ତ ଆଜି ମୋ ମନ ତଳର
       ଅକୁହାବେଦନା ଯେତେଯେତେ,
ରୁଦ୍ଧ କଣ୍ଠରୁ ଅଜଣା-ଆବେଗେ
       ଝରି ଆସୁଅଛି ଅବା ସତେ।
ଆଖିରେ ଲହଡି଼ ଭାଙ୍ଗେ ଲୁହ,
ହେ ଶହୀଦ୍ ତୁମେ ଶୂନ୍ୟରେ ଥାଇ
       ଅଭୟ ଆଶୀଷ ଟିକେ ଦିଅ ।।
     

କୁମାର ପୁର।ଅନନ୍ତ ପୁର

ବାସୁଦେବପୁର।ଭଦ୍ରକ

Related posts

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

Sunil Chandra Nayak

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!