ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦଘାଟନ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସେକ୍ଟର ୨ ଦୁର୍ଗା ପୂଜା ପଡିଆ ଠାରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ପରିଷଦର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଂକର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ମୀନତି ଦେବତା, ଯଶବିନ୍ଦର ସିଂ ପ୍ରମୁଖ ଯୋଗଦେଇ ନଡିଆ ଭାଙ୍ଗି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ସଭାପତି ଅଭୟ କୁମାର ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲା ବେଳେ ସଂପାଦକ ଶ୍ରୀ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ଯ ଓ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ,ନୀଳାମ୍ବର ପୁହାଣ,ରଶ୍ମତ ସାହାଣୀ, ବିରେନ୍ଦ୍ର ସ୍ବାଇଁ ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ସଂଗଠନ କର୍ମକର୍ତ୍ତାଙ୍କ ସଂପର୍କରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ଆସନ୍ତା ନଭେମ୍ବର ୬ ଓ ୭ ତାରିଖ ଦୁଇଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାସ୍ତା ସମସ୍ୟା କୁ ନେଇ ବନ ବିଭାଗ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!