ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ଅଭିଯୋଗରେ ୪ ଗିରଫ

ଡାବୁଗାଁ, ୨୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରି ଅଭିଯୋଗରେ ୪ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମ ନିକଟସ୍ଥ ଥିବା ଏକ ପିଚୁ ପ୍ଳାଣ୍ଟ ରୁ ୧୮/୧୦/୨୨ ଦିନ ରାତିରେ ଡିଜି ଆର୍ମେଚର ଚୋରି ହୋଇଥିଲା | ଏନେଇ ପ୍ଳାଣ୍ଟ ସୁପରଭାଇଜର ଗୋବର୍ଦ୍ଧନ ବେହେରା ୧୯/୧୦/୨୨ ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ପୋଲିସ ତଦନ୍ତ ଜାରି ରଖିଥିଲା | ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ୪ ଜଣଙ୍କୁ ଗିରଫ କରିଛି | ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ଥାନା ଅଧୀନ ନାଗଯୋଡି ନାଡାଗୁଡା ଗ୍ରାମର ପରଶୁରାମ ଭତରା (୨୦), ଶତୃଘନ ପୂଜାରୀ (୨୨) ଓ ଦିବ୍ୟ ହରିଜନ (୨୩) ଏହି ୩ ଜଣ ଚୋରି କରି ନେଇ ଚାଟିଗୁଡା ଗ୍ରାମର କବାଡି ଦୋକାନରେ ୭୭୦୦ ଟଙ୍କାରେ ବିକ୍ରି କରିଥିଲେ | ଉକ୍ତ କବାଡି ଦୋକାନୀ ସକିବ ଖାନ (୨୩) ଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି | ଚୋରି କରିଥିବା ୩ ଜଣ ଓ କ୍ରୟ କରିଥିବା ବ୍ୟକ୍ତି ଙ୍କୁ ମଧ୍ୟ ଗିରଫ କରାଯାଇଛି | ଆଜି ଅଭିଯୁକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନି ଥାନା କେସ ନଂ ୧୬୪/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଏହାସହ ଚୋରିରେ ବ୍ୟବହୃତ ଏକ ଓମିନୀ ଗାଡି ନଂ ଓଆର ୦୫ ଟି ୨୨୦୪ କୁ ମଧ୍ୟ ଜବତ କରାଯାଇଛି | ଚୋରି ହୋଇଥିବା ଆର୍ମେଚରର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀବଂଧନ

Sunil Chandra Nayak

ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼

Sunil Chandra Nayak

Leave a Comment

error: Content is protected !!