ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

ସର୍ବଦା ସନ୍ତୁଷ୍ଟ 

ମୁଁ ଛୋଟ
ହଁ ମୋ ଛୋଟ ପଣିଆରେ ମୁଁ ବେଶ୍ ସନ୍ତୁଷ୍ଟ
ଏଥିପାଇଁ ମଧ୍ୟ ତୁମ ହୃଦେ ଭରପୂର କଷ୍ଟ 
ତଥାପି ——
ତୁମର ଈର୍ଷା !
କାହା ଗୋଡ ଟାଣି ଆଗକୁ ମୁଁ ଯିବାକୁ ଚାହୁଁନି
ପାଦ ତଳେ ମୁଣ୍ଡ ଚାପି ଚାପି ନିଶୁଣି ଗଢୁନି।
ତଥାପି —-
ମୋ ବିରୁଦ୍ଧେ ଷଡ଼ଯନ୍ତ୍ର !
ଈଶ୍ବର କୃପାରୁ ମତେ ମିଳିଥିବା ଆସନ ମୋ ପାଇଁ ଯଥେଷ୍ଟ
ସେ ଆସନର ମର୍ଯ୍ୟାଦା ରଖିବାକୁ ମୁଁ ସତତ ଚେଷ୍ଟିତ
ତଥାପି —-
ମତେ ଆକ୍ରମଣ !
ଚାହେଁ ନାହିଁ ଝିଙ୍କିବାକୁ ଆଉ କାହା ଆସନ
ମୋ ପ୍ରାପ୍ଯ ମତେ ମିଳିଛି, ହୁଏ ନାହିଁ ମତିଚ୍ଛନ୍ନ
ତଥାପି—–
ମୋ ଶାନ୍ତିଭଙ୍ଗର ମସୁଧା !
ତୁମ ଈର୍ଷା,ଷଡ଼ଯନ୍ତ୍ର,ଆକ୍ରମଣ, ଶାନ୍ତିଭଙ୍ଗ ମସୁଧାର ଫଳ ହେବ ଶୂନ
କେବଳ ଅନ୍ତରେ ତୁମ ପ୍ରଜ୍ଜ୍ବଳିବ ହୁତ୍
 ହୁତ୍ ଘୃଣା ହୂତାଶନ
କାରଣ —-
ମୁଁ ପରା ସଦାସର୍ବଦା ଈଶ୍ୱର ଆଶ୍ରିତ
ମୋ କର୍ମରେ ଦୃଢ,ବରିଅଛି ସତ୍ ପଥ
ହୁଏତ —-
କିଛି କ୍ଷଣ ସମ୍ମୁଖେ କୁଜ୍ଝଟିକା ଛାଇଯିବ
ପୁନରାୟ ପୂର୍ବାପେକ୍ଷା ଉଜ୍ଜ୍ୱଳ ହୋଇବ

ମମତା ଶତପଥୀ

କେନ୍ଦ୍ରାପଡ଼ା

Related posts

ଆନନ୍ଦ ବଜାର ସ୍ଥିତ ରଗଡି ସାହି ଭାଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ୪୦ ତମ ନନ୍ଦ ଉତ୍ସବ ପାଳିତ

Sunil Chandra Nayak

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକରେ ସ୍ୱଚ୍ଛଗ୍ରାମ ସବୁଜଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!