ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବ ଖଟିଖିଆଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରୁଅଛି ସଟାଖେଳ

ସଟା କଳାବଜାରୀ ମାଲାମାଲ ,ଜନତା ବେହାଲ 

ସାଧାରଣ ଜନତା ପ୍ରଲୋଭନର ଶିକାର ହୋଇ ଖେଳି ଚାଲିଛନ୍ତି ସଟା ଖେଳ । ଏକ ଟଙ୍କା ବିନିମୟରେ ମିଳିବ ୮୦/୯୦ ଟଙ୍କା l ଲୋକେ ପାଗଳ ପ୍ରାୟ ହୋଇ ଲୋଭରେ ହଜାର ହଜାର ଟଙ୍କା ସଟାଖେଳ ରେ ମତୁଆଲା ଭାବେ ଖେଳି ଚାଲିଛନ୍ତି l କେବେ କସ୍ପିନ ଥରୁଟିଏ ସଟ୍ ବାଜିଗଲେ ଖେଳ ପ୍ରତି ଲୋଭ ବଢ଼ିଯାଏ । ଅଭାବ ଅସୁବିଧାରେ କାଳଜ୍ୟାପନ କରୁଥିବା ଗରିବ ଖଟିଖିଆର ମନରେ ମୋଟା ଅର୍ଥ ପାଇବାର ନିଶା ଏହି ଖେଳର ଚକ୍ରବ୍ୟୁହ ମଧ୍ୟରେ ଫସିଯାଏ ଯେ ସେ ଆଉ ନଖେଳି ରହିପାରେନାହିଁ । ଏକଥା ନିଜେ ଖେଳୁଥିବା କିଛି ସଟା ଖେଳାଳି ପ୍ରକାଶ କରିଛନ୍ତି । ସେମାନଙ୍କର କହିବା ଅନୁଯାୟୀ ସେମାନେ ଏହି ଖେଳ ଖେଳି ଖେଳି ଯେଉଁ ଅର୍ଥରାଶି ବୁଡାଇ ଚାଲନ୍ତି ତାକୁ ମେକପ୍ କରିବା ଆଶାରେ ଅଧିକ ଅଧିକ ଖେଳି ଚାଲନ୍ତି । ଅନେକ ଦିନ ମୁଲିଆ ନିଜ କଷ୍ଟ ଉପାର୍ଜିତ ଧନକୁ ଏହି ଖେଳରେ ବୁଡାଇ ସର୍ବସ୍ୱାନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଏହି କାରଣ ହେତୁ ଘରେ କଳିକଳହ ହେଉଥିବା ଦେଖିବାକୁ ମିଳୁଛି । ସବୁଠାରୁ ବଡ ବିଡମ୍ବନା ଗୃହିଣୀମାନେ ତଥା ଛୋଟ ପିଲାମାନେ ମଧ୍ୟ ଏବେ ଏହାର ଜାଲରେ ପଡିଯାଇଛନ୍ତି । ଏହି ମହାଦୃମ ସଟା ରୂପକ ବୃକ୍ଷର ଚେର ପ୍ରାୟତଃ ସମଗ୍ର ଓଡ଼ିଶା ରାଜ୍ୟ ରେ ମାଡି ଚାଲିଥିବା ବେଳେ ଆମ ଜିଲ୍ଲାରେ ଏହାର ପାଦୁର୍ଭାବ ଟିକେ ଅଧିକ ପ୍ରତ୍ୟୟ ହୁଏ । ଜୟପାଟଣାର ଗାଁ ଠୁ ସହର ଯାଏଁ ଏହାର ଚେର ଲମ୍ବି ଚାଲିଛି । ପୋଲିସ ପ୍ରଶାସନ ଏହାର ନିୟନ୍ତ୍ରଣ ପାଇଁ ନିରବଦ୍ରଷ୍ଟା ସାଜିବା କଷ୍ଟଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିଭିନ୍ନ ସରକାରୀ ଦପ୍ତର ରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଲୋଭରେ ପଡ଼ି ସଟାଖେଳ ରେ ମନୋନିବେଶ କରିଚାଲିଛନ୍ତି l ଏହି ମହାଦୃମ ବୃକ୍ଷ ର ଚେର କେଉଁଠି ଅଛି ତାହା ତଦନ୍ତ ସାପେକ୍ଷ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଖେଳକୁ ମୂଳପୋଛ କରାଗଲେ ଜନତାଙ୍କର ମଙ୍ଗଳ ହେବ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

Sunil Chandra Nayak

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!