ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

 ଭବାନୀପାଟଣା -: ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଗତ 22/10/22 ଦିନ କଲେଜ ପରିସରରେ ବିଜେଡି ଦଳର ସ୍ଥାନିୟ ବିଧାୟକ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ଏବଂ ଦଳୀୟ ନେନୃତୃବୃନ୍ଦ ମାନେ ଯାଇ ମନୋନୀତ କ୍ୟାମ୍ପସ କମିଟିର ସଦସ୍ୟ ମାନଙ୍କୁ ସମ୍ବୋର୍ଧନ ଜଣାଇଥିବା କାଯ୍ୟକ୍ରମକୁ ଛାତ୍ର କଂଗ୍ରେସ ଆଜି କଲେଜରେ ପ୍ରତିବାଦ କରି କଲେଜ ଅଧ୍ୟକ୍ଷଙ୍କକୁ ଦାବିପତ୍ର ପ୍ରଦାନ କରିଥିଲେ l ଗୋଟିଏ ଶିକ୍ଷାନୁଷ୍ଠାନରେ ଶାସକ ଦଳର ନେତାମାନେ ଦଳୀୟ କାର୍ଯ୍ୟକ୍ରମ କରିବା କେତେ ଦୁର ଯୁକ୍ତି ଯୁକ୍ତ? ଶାସନ ଗଦି ରେ ବସିଛନ୍ତି ବୋଲି କଣ ଯାହା ଇଛା ତାହା କରିବେ? ଏହା କଣ ନବୀନ ସରକାରଙ୍କ ସୁଶାସନ ର ନୀତି ? ଏହି ପରି ରାଜନୈତିକ ଦଳ ର ଶିକ୍ଷ୍ୟାନୁଷ୍ଠାନ ମାନଙ୍କରେ ସିଧାସଳଖ ଦଳୀୟ ପ୍ରଚାର ପ୍ରସାର ଏବଂ ଏହି କାଯ୍ୟକୁ ପ୍ରୋତ୍ସାହନ ଦେଇଥିଵା କଲେଜ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ମନୋଜ କରୁଅଁ, ମାନସ ମହାନନ୍ଦ,ସୁମନ୍ତ ରଣା, ଅମିତ ନିଆଲ,ପ୍ରତ୍ୟୁଷ କୁମାର, ଜୟରାମ ଗୌଡ଼, ଲାକ୍ସମାନ ଗୌଡ଼ ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ l

କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଗୋବିନ୍ଦପୁର ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!