ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳିଙ୍ଗବିହାର ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା/ ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ଆସନ୍ତା ନଭେମ୍ବର ୭ ତାରିଖ ଦିନ ଛେଣ୍ଡ ସେଣ୍ଟ୍ରାଲ ପାର୍କଠାରେ ଆୟୋଜିତ ହେବ। ଏନେଇ ପରିଷଦର ସଭାଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଅଭୟ କୁମାର ଦାସ, ସାଂସ୍କୃତିକ ସଂପାଦକ ତାପସ ରାଉତରାୟ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଚଳିତ ବର୍ଷ ପରିଷଦର ନବମ ବାର୍ଷିକୋତ୍ସବ ଓ ବୋଇତବନ୍ଦାଣ ଉତ୍ସବ ୨୦୨୨ ମହା ସମାରୋହରେ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଭାଷା, ସଂସ୍କୃତି ଓ ପରମ୍ପରା କୁ ରକ୍ଷା କରାଯିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଶିକ୍ଷା ପଦ୍ଧତିରେ ସଂସ୍କୃତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉ ନଥିବାରୁ ଏଭଳି କାର୍ଯ୍ୟକ୍ରମ କରାଯିବା ଜରୁରୀ ହୋଇ ପଡିଛି । ତେବେ ବୋଇତବନ୍ଦାଣ ଉତ୍ସବ ପାଇଁ ପୁଷ୍କରଣୀ ଅଭାବ ପରିଲକ୍ଷିତ ହେଉଥିବାରୁ ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା । ଚଳିତ ବର୍ଷ କଳିଙ୍ଗ ବିହାର ମହିଳା ସମିତି ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକରୁ ସୁନାମଧନ୍ୟ ଗାୟକ ଆର ଏସ କୁମାର, ଦିପ୍ତୀରେଖା,ସନତ କୁମାର ଓ ଅଭିନେତା ବାବୁସାନ ମୁଖ୍ୟ ଆକର୍ଷଣ ଥିବାବେଳେ ଓଡିଶୀ ନୃତ୍ୟ ସହ ବଂଶୀ ବାଦନ କରାଯିବ । ଏହି କାର୍ଯ୍ୟକ୍ରମରେ ଅଂଚଳ ବାସୀ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଅକ୍ଷୟ ନାୟକ, ସୁଦାମ ଦାଶ, ସରୋଜ ଦାସ,ନିହାର ରାଉତରାୟ, ସୋମେନ ରାୟ,ମଣ୍ଟୁ ପାଢୀ,ଜର୍ଜ ଆନନ୍ଦ, ପ୍ରଶାନ୍ତ ନାୟକ,ଗଣେଶ୍ବର ଭୂୟାଁ, ମୋହନ ଡାକୁଆ, ମଦନମୋହନ ଧଳ, ରାଜେନ୍ଦ୍ର ରଥ, ସୁକାନ୍ତୀ ମହାରଣା, ବିଷ୍ଣୁପ୍ରିୟା ରାଉତରାୟ,ମମତା ଦାସ, ମୀନତି ମଲ୍ଲିକ,ପ୍ରମିଳା ପାଣି, ରୋଜି ଦାସ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।ଶେଷରେ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ ବିକାଶ ନେଇ ଆଶଙ୍କାରେ ବୁଦ୍ଧିଜୀବୀ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ସମୟ ସ୍ରୋତରେ ଜୀବନ

Sunil Chandra Nayak

Leave a Comment

error: Content is protected !!