ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

  ମୁଇଁ ଗୁଟେ ଗଅଁଲିଆ କବି

କାଏଁ ଲଗ୍‌ନେ ମୁଇଁ ଇ ଧର୍‌ସା ଧଏଲିଁ ଯେ
ଟେକ୍‌ବାକେ ଆମର୍‌ ବୁଲି
ଚିନ୍‌ହାଁର୍‌ ଲୁକେ ଭି କର୍‌ସନ୍‌ ଅନ୍‌ଦେଖା
ମନୁଁ କେତେ ଗଲେନ ଭୁଲି
କାହାର୍‌ କଥାକେ ମାନି ହେବା ଚଲି
ଦିନର୍‌ ଦୁଇପହରେଁ ଭି ଡୁଡ଼୍‌ମେଇ ହେଉଛେଁ
ଭାବ୍‌ ନି’ଚିନ୍‌ହିଁ ଜାନିପାରେଁ ବଲି। ୧
ଲଡ଼ୋକଚୋ ହେଇ ଗଡ଼୍‌ଗଡ଼ୁଛେ ବୁଲି
କର୍‌ମା ଯଦି ତାହାକେ ଠିଆଡ଼୍‌
ସିଆନ୍‌ ଲୁକର୍‌ କଥା ସେନ ନି’ଲହେ
ଟିଁଚୋ ପିଚୋ କହେବେ ଧଡ଼ଧାଡ଼୍‌
ସଭେ ନିଜର୍‌ ବୁତେ ମାହାଗିରି ସିଆନ୍‌
ବୁଲିର୍‌ ଯତନ୍‌ ନେବା ପଛର୍‌ କଥା ହେଲାନ
ତାହାକୁଁ ଲୁକେ ବଲୁନ୍‌ ମହାନ୍‌। ୨
କବି ନିଜର୍‌ ଲେଖାଥିଁ ଭାବ୍‌ ରଂଗ୍‌ ଲଗେଇ
ଘିନି ପାର୍‌ସି ଲୁକର୍‌ ମନ୍‌
ବନ୍‌ଏ ପାଠକ୍‌କେ ଅନାଡ଼ି ବନାଲେଁ କିହେ
କେଭେଁ ନି’ପାଏ କବିପନ୍‌
ଧନ୍ୟବାଦ୍‌ ଜୁହାର୍‌ ଗୁର୍‌ଦୁ ଉଁଡ଼େଇ ସଁକ୍‌ଲି
ଉହାତ୍‌ କାମେ କବି ଲଟ୍‌କିବା ହର୍‌ମିଶା ଯଦି
ବର୍‌କଷ୍ ହେବା କାଏଁ ଆମର୍‌ ବୁଲି? ୩
ଗୁଟେ ବୁଲିକେ ଦୁଇଟା ବୁଲି ବନେଇ
ହେଉଛୁଁ କେଭୁଁ ଘିଚାଟନା
ଦୁଇଟା କାଏଁଯେ ଦଶ୍‌ଟା ବନୁ ହୋ ଆଜ୍ଞା
କିଏ କର୍‌ବା କାଁକରି ମନା
ମୁହେଁ ନି’କହେଲେଁ ଭି କେନ୍‌ ବୁଲି ଆଏ ଅସ୍‌ଲି
ଆଏଁଖ୍ ମୁଜ୍‌ଲେଁ ଭି ଡଗୋଡଗୋ ଦିଶୁଛେ ପରେ
ସେଟା ଆଏ ମୋର୍‌ ଅସ୍‌ଲି ବୁଲି। ୪
ଦଦା ଭାଏ କକା ନାନୀ ବୁହେନ୍‌ ମାଉସୀ 
ଆମର୍‌ ରହିଛେ କେତେ ମାଏନ୍‌ 
କବି ଲେଖକ୍‌ ଯେତେ ସାହିତ୍ୟ ସଁସାରେଁ
ଇଥି ରଖ୍‌ସନ୍‌ ଜହ ଧିଆନ୍‌
ଜୁହାର୍‌ କରା ଛିନା ଲାଗିଛେ ସବୁବେଲେଁ
କେଭେଁ ନି’ଭାବ୍‌ବ ମାଏନ୍‌ ଦେଲା କବିମାନେ
ନିଜର୍‌ ପସଂଦ୍‌ ଛାଡ଼ି ପଡ଼୍‌ବେ କାହାର୍‌ ପାଲେଁ। ୫
ଆଉର୍‌ କେତେ କବି ହଁ କି ନାଇଁ ନି’କହନ୍‌
ହେଇଥାଉ ଭି ଯେନ୍‌ କଥା
ଅମ୍‌କା ଲାଗି ଲେଖ୍‌ଲେଁ ଢିମ୍‌କାର୍‌ ଜଏ କହି
କଥାର୍‌ ବଦ୍‌ଲେଁ ଖଂଜି ଲଥା
ସେମାନେ ଆନ୍‌ ପରେ ଭାଷାର୍‌ ଗଖା ନେତା
ବୁଲି ମାଆଁ ଯେନ୍‌ତା କି ତାଁକର୍‌ ହାତ୍‌ ମୁଠାଥିଁ ଅଛେ
ମୁରୁଖ୍‌ ବନାସନ୍‌ କହି ଫାଲ୍‌ତୁ କଥା। ୬
ସାତ୍‌ ଦିନେ କବି ସାତ୍‌ ଧାଡ଼ି ନି’ଲେଖନ୍‌ 
ଛାଡ଼ୁଛନ୍‌ ଶହଶହ ଫଟୁ
ଜିଇଁଲା କବିକେ ମଚାନେ ଦେଖୁଛୁଁ ସଭେ
ରୋଜ୍‌ ଆଏଲା ଗଲା ବାଟୁଁ
ଫେର୍‌ ଭି କବିକୁଁ ନି’ମିଲେଁ କେଭେଁ ସଂତୁଷ୍ଟି 
ମଲା ହଜ୍‌ଲା କବିର୍‌ ଫଟୁଟେ ନୁର୍‌ଲେଁ ନି’ମିଲେ
କହେବେ କରୁଛ କାଏଁଯେ ଭୁର୍‌କୁଟି। ୭
ଆଉର୍‌ କେତେ କବି ମାହାପୁରୁ ଦୟାନୁ
ତାଁକର୍‌ ପାଖେ ଅଛେ ଟଁକା
ମଚାନ୍‌ ଭୁଜି ଲାଗି ଦେସନ୍‌ ବୁପ୍‌ରେ ଫି ଥର୍‌
ମୁଖିଆ ମନ୍‌ ନି’କରନ୍‌ ଫିକା
ଟଁକା ଦେଇ, ଫୁଲ୍‌ମାଲ୍‌ ପିଂଧି ହେଲେନ ବିତ୍‌ବିତା
ମୁଖିଆର୍‌ ଚୋପ୍‌କାଁଡ଼ିଆଥିଁ ଲଟ୍‌କିଛନ୍‌ ବୁପ୍‌ରେ 
ସାହିତ୍ଯ ଧରସାର୍‌ ନି’ପାଆନ୍‌ କେଭେଁ ପତା। ୮
ଅସୁରର୍‌ ମରନ୍‌ ଫରୁଆ ଭିତ୍‌ରେ ଥିଲା
ହେଇକରି ଗୁଟେ ଭମର୍‌ 
ଅସୁର୍‌କେ ଛାଡ଼ି ତାର୍‌ ମରନ୍‌ ଭେଦ୍‌
କାହାକେ ନି’ଥାଇଁ ଗୁଚର୍‌ 
ଫେର୍‌ ଭି ବେଲ୍‌ ଆଏଲା ଅସୁର୍‌ ମରିଥିଲା ଦିନେ
ସେ ଭେଦ୍‌କେ ଗୁଚର୍‌ କର ହୋ କବି ବୁଆମାନେ 
ବୁଲି ଅମର୍‌ ହେବା ସଭେ କହେବେ ବନ୍‌ଏ। ୯
ଛାର୍‌ ମୁନୁଷ୍‌ ମୁଇଁ କିଛି ନାଇନ ମୋର୍‌ ହାତେଁ
ଲେଖା ମୋର୍‌ ଲଡ଼ଂଗ୍‌ଫସ୍‌ 
ଗୁରୁ କେତେଟାକେ ଛାଡ଼ି ବାକି ଲୁକେ କହେସନ୍‌
“ଯା’ରେ ଗଂଧ୍‌ରା ଅଲ୍‌ଗେଁ ବସ୍‌
ଗାଁ’ଭୂଇଁ ଛାଡ଼ି ରହୁଛେ ବାହାରେଁ ଇଏ କାଏଁଟା କବି”
ଷୁହ୍‌ଲ ଅନା ସତ୍‌ ତୁମର୍‌ କଥା ଆଜ୍ଞା,ଟାଉନେ ରହି ଭି
ତୁମର୍‌ ଦୟାନୁ ବନିଛେଁ ଗଅଁଲିଆ କବି। ୧୦

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା – ଆଖି

Sunil Chandra Nayak

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା 

Sunil Chandra Nayak

Leave a Comment

error: Content is protected !!