ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଜକୁ ମୁଁ ଭଲ ପାଉଛି

 ନିଜକୁ ମୁଁ ଭଲ ପାଉଛି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ସଭିଙ୍କ ଖୁସିରେ ଖୁସି ମୁଁ ହେଉଛି
ତେଣୁ ମୁଁ ସୁନ୍ଦର ଦିଶୁଛି,
ଏହି ଦୁନିଆଁରେ ଅତି ସରାଗରେ 
ନିଜକୁ ମୁଁ ଭଲ ପାଉଛି…(୦)
କାଦୁଅରେ ପାଦ ଥାପିବା ବିପଦ 
ଧୋଇବାର ମୋତେ ଆସେନି 
ତେଣୁ କେତେବେଳେ ଏହି ଭୁମଣ୍ଡଳେ 
ବିପଦକୁ ସତ ଲୋଡ଼େନି 
ତେଣୁ ହେ ସମସ୍ୟା ନ କରୁଛି ବସା 
ସମସ୍ୟା ଠୁ ଦୂରେ ରହୁଛି
ନିଜକୁ ମୁଁ ଭଲ ପାଇଛି …..(୧)
ଏ ଜୀବନ ମୋର ଅତୀବ ସୁନ୍ଦର
କିଆଁ ମୁଁ କରିବି ବିରୂପ 
ହିଂସା ଦ୍ୱେଷ ଭାବ ରଖି ଏହି ଭବ 
କାହିଁକି ପାଇବି ବିଦ୍ରୁପ 
ସଦା ସତ୍ୟ ଧର୍ମ ନ୍ୟାୟର ପଥରେ
କଷ୍ଟ ହୋଇଲେ ବି ଚାଲୁଛି 
ନିଜକୁ ମୁଁ ଭଲ ପାଇଛି….(୨)
କାହା ପାଇଁ କେବେ ଜାଣି ଜାଣି ଭବେ
ଗାତ ଖୋଳି ନାହିଁ ଜୀବନେ
କାଳେ ପଡିଯିବି ଦୁର୍ଗତି ଭୋଗିବି
ବୋଲି ଡର ପଶେ ଏ ମନେ
ତେଣୁ କୁସୁମିତ ସଦା ମୋର ପଥ
ମିଛ ନୁହେଁ ସତ କହୁଛି
ନିଜକୁ ମୁଁ ଭଲ ପାଇଛି…(୩)
ଆଦର ସାନରେ ସମ୍ମାନ ଗୁରୁରେ
ଢ଼ାଳୁଛି ସଦା ମୁଁ ଜୀବନେ
ଖରାପ କଥାକୁ କେବେ ନ ଶୁଣୁଛି 
କେବେ ନ ଧରୁଛି ମୋ କାନେ 
ସେନେହ ପୀରତି ଦୟା କ୍ଷମା ନିତି 
ହୃଦୟରେ ମୋର ରହୁଛି
ନିଜକୁ ମୁଁ ଭଲ ପାଉଛି…..(୪)

ଫୁଲବାଣୀ, କନ୍ଧମାଳ

Related posts

ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!