ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ: ଝାରମୁଣ୍ଡା ଦଳ ବିଜେତା–ଭାଟିକୋଟ୍ ଦଳ ଉପ-ବିଜେତା

ନବରଙ୍ଗପୁର-  ଡାବୁଗା ବ୍ଲକ ମେଦେନା ପଞ୍ଚାୟତ ବରାଜୋଡି ଗ୍ରାମରେ ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ତା୨୨/୧୦ରୁ ୧୬ ଟି ଦଳକୁ ନେଇ ଟୁର୍ଣାମେଣ୍ଟ ଆରମ୍ଭ କରି ଥିଲା।ତା୨୬/୧୦ ଅପରହ୍ନରେ ଉଦଯାପନୀ ଦିବସ ଅନୁଷ୍ଟିତ ହୋଇ ଥିଲା।ଉକ୍ତ ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବିଣା ମାଝୀ,ସମ୍ମାନୀତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ,ଉପ ସଭାପତି ପି ନାଗା , ସରପଞ୍ଚ ଶ୍ରୀ ମତୀ ସୁମିତ୍ରା ମାଝୀ, ଜୋନ ସଭାପତି ବୁଢ଼ା ମିଶ୍ର, ସଂପାଦକ ଆର୍ ପ୍ରକାଶ ରାଓ, ବିନୋଦ ପଟନାୟକ, ହିରଣ୍ୟ ମାଝୀ,ରାଜମନ କଲାର,କମଳ ଲୋଚନ ମାଝୀ ଯୋଗଦେଇ ରେଫରି ପର୍ଶୁ ସାନ୍ତା ଙ୍କ ଦ୍ଵାରା ଟୁର୍ଣାମେଣ୍ଟ ମ୍ୟାଚ ଦେଖି ଥିଲେ।ଦର୍ଶକ ମାନଙ୍କ୍ କରତାଳିରେ ଖେଳ ବେଶ ମନ ମୁଗ୍ଧକର ହୋଇ ଥିଲା।ଉକ୍ତ ଟୁର୍ଣାମେଣ୍ଟର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସିନ୍ଧୁ ସାନ୍ତା,ସେତୁ, ରାଇଧର,ଖଗପତି,ଗୋବିନ୍ଦ,ପାଣ୍ଡୁ ଓ ଦିବାକର ସାନ୍ତା ପ୍ରମୁଖ ଓ ଅନ୍ୟମାନଙ୍କ ସହଜୋଗରେ ଶାନ୍ତି ପୁର୍ଣ ଭାବେ ଖେଳ ସମାପନ ହୋଇ ଥିଲା।ମୁଖ୍ୟ ଅତିଥି ଶ୍ରୀମତୀ ମାଝୀ ବିଜେତା ଝାରମୁଣ୍ଡା ଦଳକୁ ଟ୍ରଫି ସହ ୧୧୦୦୦ ଟଙ୍କା ଓ ଉପା- ବିଜେତା ଭାଟିକୋଟ ଦଳକୁ ଟ୍ରଫି ସହ ୮୦୦୦ଟଙ୍କା ପ୍ରଦାନ କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସେମିନାର

Sunil Chandra Nayak

ସଂସ୍କୃତଭାଷା ତଥା ସଂସ୍କୃତ ମାତାର ସୁରକ୍ଷା ପାଇଁ ଆଲୋଚନା

Sunil Chandra Nayak

ଆସନ୍ତା ୩ ତାରିଖରେ ଗଣ ଶିକ୍ଷକ/ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଙ୍ଘର ରାଲି ସହ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ନେଇ ଥାନା ଅଧିକାରୀ ଙ୍କୁ ଦେଲେ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!