ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ଲକ କଲୋନୀ ବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ର ଦଶ ଗୋଟି କ୍ଲଷ୍ଟର ରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ୧୦୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ସଂଗୀତ, ଡିବେଟ, ଚିତ୍ରାଙ୍କନ , ବକୃତା, ତର୍କ ବିତର୍କ ,ସୃଜନୀ ଲିଖନ, କୁଇଜ୍‌, ପ୍ରବନ୍ଧ , ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚନ୍ଦାହାଣ୍ଡି ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମଚାନ୍ଦ ସିଂ ଧୁରୁଆ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରୀ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ, ମୁଖ୍ୟବକ୍ତା ବିଡିଓ ଧର୍ମରାଜ ମାଝୀ, ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ, ,ଏବିଇଓ ନୀଳକଣ୍ଠ ଦାଶ, ଅବସରପ୍ରାପ୍ତ ଶିକ୍ଷାପ୍ରଶାସକ ପୁରୁଷୋତମ ପାରୀ ଓ ଦୁତିବାହାନ ଖମାରୀ, ସମାଜସେବୀ କଦମ ପୁଜାରୀ, ଶିକ୍ଷକ ସଂଘ ସଭାପତି ବିଶ୍ୱରଂଜନ ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବସନ୍ତ ଧୁରୁଆ, ପ୍ରଧାନ ଶିକ୍ଷକ ବାବୁଧର ସାହୁ, ଯୋଗଦେଇଥିଲେ । ଜୁନିୟର ଏବଂ ସିନିୟର ବିଭାଗରେ ପ୍ରଥମ ,ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତାରେ ଜୁନାପାଣି ଆଶ୍ରମ ବିଦ୍ୟାଳୟ ପ୍ରଥମ , ଚନ୍ଦାହାଣ୍ଡି ଏମ.ଇ ବିଦ୍ୟାଳୟ ଦ୍ୱିତୀୟ ଏବଂ କେଜିବିଭି ହଳଦୀ ତୃତିୟ ସ୍ଥାନ ଅଧିକାର କରିଥିଲେ । ଆସନ୍ତା ୪ ତାରିଖ ଦିନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭିରେ ପ୍ରତ୍ୟକ ବିଭାଗରେ ପ୍ରଥମ ହୋଇଥିବା ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବେ । ମୋହରା ସିଆରସିସି ଏମ.ବିଘ୍ନେଶ୍ୱର ଆଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ହୃଷିକେଶ ସୁନାନୀ , ଅଭିରାମ ବଗର୍ତୀ, ପ୍ରଶନ୍ନ ନାୟକ, ତରଣ ପୁଜାରୀ , ସନ୍ତୋଷ କୁମାର ଖମାରୀ , ରେଣୁଧର ପୁଜାରୀ , ସୈାରୀ ରଂଜନ ସାହୁ କାର୍ଯ୍ୟ ତୁଳାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ତ୍ରୀପତି ଦଳେଇ, ରବିନ୍ଦ୍ର ନାୟକ, ରାଜେଶ୍ୱର ଦଣ୍ଡସେନା, ବୀରବର ପଣ୍ଡା, କୁମୁଦ ବାଘ, ତିଲଚନ୍ଦ ନାୟକ, ଡିଙ୍ଗରସିଂ ଜଗତ, ମାନସ ରଂଜନ ମଲ୍ଲିକ, ଦୀପା ଦାସ, ସୁଷମା ଦାଶ ,ବିଦ୍ୟୁତପ୍ରଭା କଚିମ , ପ୍ରଦିପ ପାଢୀ , ଅମିତ ଖମାରୀ, ଆଶିଷ ରଂଜନ ଖମାରୀ,ଲିମୁଚରଣ ଶୀରା ପ୍ରମୂଖ ଉପସ୍ଥିତ ଥିଲେ । ସଭା ଶେଷରେ ଜମାଦାରପଡା ସିଆରସିସି ତ୍ରିପତୀ ଦଳେଇ ଧନ୍ୟବାଦ ଆର୍ପଣ କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କବିତା – କଣ୍ଢେଇର ବାହାଘର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ହିନ୍ଦୀ ଶିକ୍ଷକ ସଂଘଠନ ପକ୍ଷରୁ ହିନ୍ଦୀ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!