ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ହେରାପଞ୍ଚମୀ

ହେରାପଞ୍ଚମୀ

  ପ୍ରଶାନ୍ତ କୁମାର ନାଥ

 

ନୀଳାଚଳ ଧାମ ଛାଡି ଯିବେ ଜଗା

    ସୁନ୍ଦରାଞ୍ଚଳକୁ ବୁଲି

ଲକ୍ଷ୍ମୀଙ୍କ ପାଖରେ କଣ୍ଟ କରିଛନ୍ତି

    ଏକ ଦିନ ପାଇଁ ଖାଲି। 

 

ଏକ ଦିନ କହି ଲକ୍ଷ୍ମୀଙ୍କୁ ସାଆନ୍ତେ

     ପାଞ୍ଚ ଦିନ ବିତିଲାଣି

କେମିତି ସହିବେ ଲକ୍ଷ୍ମୀ ଠାକୁରାଣୀ

     ତୁମକୁ ନଦେଖି ପୁଣି। 

 

ଖୋଜିଲେ ତୁମକୁ ବଡ଼ ଦାଣ୍ଡେ ଆସି

     ଖୋଜିଲେ ଅନେକ ପଥ

ତୁମକୁ ନପାଇ କ୍ରୋଧିତ ହୋଇଲେ

     ଦେଖିଲେ ତିନୋଟି ରଥ। 

 

ଗୁଣ୍ଡିଚା ଦ୍ଵାରରେ ହୋଇଅଛି ଛିଡା

    ତିନି ଦିଅଁ ରହୁଵର

ମନ୍ଦିର ମଧ୍ୟକୁ ଯିବାକୁ ଚାହାଁନ୍ତେ

     ନିବୁଜ ହୋଇଛି ଦ୍ଵାର। 

 

ଗୁଣ୍ଡିଚା ଦ୍ଵାରରୁ କ୍ରୋଧିତ ହୋଇଣ

     ଫେରୁଥିଲେ ମାତା ଏକା

ନନ୍ଦିଘୋଷ ରଥ ପଥରେ ଦେଖିଣ

     ପାଦେ ଦେଲେ ଶକ୍ତ ଧୋକା। 

 

ଭାଙ୍ଗି ଦେଲେ ମାତା ନନ୍ଦିଘୋଷ ରଥ

     ମନ ନହୋଇଲା ଶାନ୍ତ

ହେବିନାହିଁ କଥା ଜମାରୁ ମୁଁ ଆଉ

     ଫେରିଲେ କଳା ସାଆନ୍ତ।।

ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।

Related posts

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!