ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ପ୍ରତିଭା ସମ୍ମାନ

ଲାଞ୍ଜିଗଡ଼,୨୭/୧୦(ମନିସ)-କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼ କର୍ଲାଖଣ୍ଟାଠାରେ ଆୟୋଜିତ ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ ଅବସରରେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଯୁବ ଲେଖକ, ସମାଜସେବୀ, ସାମ୍ବାଦିକ ତଥା ଜଣେ ବହୁମୁଖୀ ପ୍ରତିଭା ସୁଶୀଲ କୁମାର ବାଗଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି ! ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ପଦ୍ମଲୋଚନ ମିଶ୍ର, ସମ୍ମାନିତ ବକ୍ତା ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ବର୍ଷୀୟାନ ନାଗରିକ ସତ୍ୟନାରାୟଣ ପାଲ୍, ଯୁବନେତା ନୀଲ ସିଂହଦେଓ, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ମ. ରାମପୁର ସରପଞ୍ଚ ବୀଣାପାଣି ସାହୁ, ସମାଜସେବୀ ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରୀ ବାଗଙ୍କୁ ସମ୍ମାନିତ କରିଥିଲେ ! କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବର ସଭାପତି ତଥା ସାମ୍ବାଦିକ ଅନନ୍ତ କୁମାର ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସଂପାଦକ ଲକ୍ଷ୍ମଣ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

Related posts

ସାହିତ୍ୟ ଅଗଣା

Sunil Chandra Nayak

ଭାଲୁ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଆହତ     

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

Leave a Comment

error: Content is protected !!