ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ପୁରସ୍କୃତ ହେଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଖବରଦାତା ଅନିଲ

ତେନ୍ତୁଳିଖୁଣ୍ଟି -୨୯/୧୧/୨୨  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆମଳାଭଟା ପଞ୍ଚାୟତର କରଲାଘାଟି ଗ୍ରାମର ଡମୁ ମାଝୀ ବୟସ (୧୩) ଛେଳି ଚରାଇବା ପାଇଁ ପାଖ ଜଙ୍ଗଲ ରେ ଯାଇ କୌଣସି କାରଣ ବଶତଃ ଦୁଇ ପଥର ଚଟାଣ ମଧ୍ୟରେ ମୁଣ୍ଡ ପଶି ବାହାରକୁ ବାହାରି ପାରି ନ ଥିଲା । କୌଣସି ସୂତ୍ରରୁ ଖବର ପାଇ ଗୁଗୁଲି ନ୍ୟୁଜ ଖବରଦାତା ଅନିଲ କୁମାର ବିଷୋୟୀ ପହଞ୍ଚି ପରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ସହାୟତା ପାଇଁ କହିବାରୁ ସେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ସହାୟତାରେ ଦୀର୍ଘ ୮ ଘଣ୍ଟା ବ୍ୟବଧାନ ପରେ ବାଳକକୁ ଉଦ୍ଧାର କରାଯାଇଥିଲା ।ସେହି ସମୟରେ ଅନିଲଙ୍କ ସହ ଆଉ କିଛି ଲୋକ ସହଯୋଗ କରିଥିଲେ । ଆଜି ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହ ଠାରେ ରାଜ୍ଯ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ସମେତ ଉକ୍ତ ଖବରଦାତା ଓ ତିନି ସହଯୋଗ କାରୀଙ୍କୁ ଉକ୍ତ ଘଟଣା ରେ ସକ୍ରିୟତା ର ସହ ସହାୟତା ର ହାତ ବଢ଼ାଇ ବାଳକ ର ଜୀବନ ବଞ୍ଚାଇ ଥିବାରୁ ପୁରସ୍କୃତ କରିଥିଲେ ଜିଲ୍ଲାପାଳ।।ଏହି ବୈଠକରେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟରେ ଘଟିଥିବା ମହାବାତ୍ୟା କୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟା ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହି ତାର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୌରାଧ୍ୟକ୍ଷ କୁନୁ ନାୟକଙ୍କ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉମାକାନ୍ତ ଦାସ ଙ୍କ ଗଳ୍ପ ଆଶିଷ ପାଇବ କିଏ

Sunil Chandra Nayak

ତିରିଂ ବଡଡାଳିମାରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ ଅଭୟ ବର

Sunil Chandra Nayak

Leave a Comment

error: Content is protected !!