ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଙ୍ଗାଳପାଲି ଗ୍ରାମରେ ଚିତ୍ରଗୁପ୍ତ ପୂଜା ଉପଲକ୍ଷେ ରାତିରେ ଘୁମୁରା ପ୍ରତିଯୋଗିତା

କୋକସରା,୨୯/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ରେଙ୍ଗାଳପାଲି ଗ୍ରାମରେ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ ଉପଖଣ୍ଡ ଆଞ୍ଚଳିକ କୋକସରା ବ୍ଲକ କାୟସ୍ଥ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା କର୍ତ୍ତା ଭାବେ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଆଲ୍ହାଦିନି ପଟ୍ଟନାୟକ ସପତ୍ନୀକ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଛନ୍ତି। ଗୁରୁବାର ଚିତ୍ରଗୁପ୍ତ ଦେବଙ୍କ ପୂଜାର୍ଚ୍ଚନା ମହା ସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କ ମଧ୍ୟରେ ଝୋଟି, ହୁଳହୁଳି, ରେକର୍ଡ ଡ଼୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରେଙ୍ଗାଳପାଲି ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ର, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ପିଇଓ ବିରଞ୍ଚି ଖରସେଲ, କେତନ ପାତ୍ର ସାମାଜିକ କର୍ମକର୍ତ୍ତା ବଦ୍ରି ନାରାୟଣ ପଟ୍ଟନାୟକ , ନିର୍ମଳ ମହାନ୍ତି, ଅଶୋକ ମହାନ୍ତି, ଅକ୍ଷୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୋଟ ୮ ଟି ଘୁମୁରା ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ବାନେର ଦଳ ପ୍ରଥମ, ଅନ୍ତର୍ଲା ଦଳ ଦ୍ଵିତୀୟ ଓ ଡାଲଗୁମା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ରାମକୃଷ୍ଣ ପଟ୍ଟନାୟକ, ଅତୁଲ୍ୟ ପଟ୍ଟନାୟକ, ଅଶୋକ ମହାନ୍ତି, ଲକ୍ଷ୍ମୀଧର ପଟ୍ଟନାୟକ ରହିଥିଲେ। ଚିତ୍ରଗୁପ୍ତ ପୂଜା କମିଟିର ସଭାପତି ବିକାଶ ପଟ୍ଟନାୟକ, ଉପ ସଭାପତି ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଆକାଶ ପଟ୍ଟନାୟକ, ସହ ସମ୍ପାଦକ ସୁଧୀର ପଟ୍ଟନାୟକ, କୋଷାଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା କମିଟି ରାମକୃଷ୍ଣ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, କଳ୍ପବଟ ପଟ୍ଟନାୟକ, ରାଧାକୃଷ୍ଣ ପଟ୍ଟନାୟକ, ମନ ପଟ୍ଟନାୟକ, ମୁରଲୀ ପଟ୍ଟନାୟକ ସମେତ କୋକସରା ବ୍ଲକ କରଣ ସମାଜର ସଭାପତି ସହଦେଵ ପଟ୍ଟନାୟକ ସମ୍ପାଦକ ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ପିତାମ୍ବର ପଟ୍ଟନାୟକ ସମେତ ରେଙ୍ଗାଳପାଲି, ଝରିଆଗୁଡା ପାଣିଗାଁ,କୋକସରା କରଣ ସମାଜର କର୍ମକର୍ତ୍ତା ଚିତ୍ରଗୁପ୍ତ ପୂଜା ପରିଚାଳନାରେ ସହଯୋଗ କରିଥିଲେ।

Related posts

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

Sunil Chandra Nayak

ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!