ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେମୁଣା ସାହିତ୍ୟ ସଂସଦ ତରଫରୁ କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ 

ବାଲେଶ୍ଵର,୩୦/୧୦/୨୨- ବାଲେଶ୍ଵର ଜିଲ୍ଲା ରେମୁଣା ଠାରେ ରେମୁଣା ସାହିତ୍ୟ ସଂସଦ ତରଫରୁ ପୁସ୍ତକ ଲୋକାର୍ପଣ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାଗବତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରେଣ୍ଯ ଅତିଥି ଭାବେ ବାଲେଶ୍ଵରସ୍ଥ ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରଫେସର ଡ.ମଣୀନ୍ଦ୍ର କୁମାର ବେହେରା, ଅକ୍ଷାଂଶ ସମ୍ପାଦକ ଡ. ହରିଶ୍ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଓ ସମାଲୋଚକ ଡ. ଗିରିଶ ଚନ୍ଦ୍ର ଜେନା, କ୍ଷୀରଚୋରା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ବେହେର ଓ ରେମୁଣା ସାହିତ୍ୟ ସଂସଦର ସଭାପତି ଡ. ସତ୍ୟ ରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବାଇଚଢେଇ ସମ୍ପାଦକ ବିକାଶ କୁମାର ଶତପଥୀ ସଂଯୋଜକ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ‘ ରେମୁଣା କ୍ଷୀରଚୋରା ଗୋପିନାଥ ‘ ଓ ‘ ବ୍ରହ୍ମାଦ୍ରୀର ନୀଳମାଧବ ‘ ପୁସ୍ତକ ଲୋକାର୍ପଣ ହୋଇଥିଲା । ଏହି ଅବସରରେ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀଙ୍କ ସମେତ ପ୍ରାୟ ୫୦ ଉର୍ଦ୍ଧ୍ବ କବି କବୟିତ୍ରୀ ମାନେ କବିତା ପାଠ କରି ଆତ୍ମସନ୍ତୋଷ ଲାଭ କରିଥିଲେ । ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି ଓ ବ୍ଯଙ୍ଗ କବି ପ୍ରଭାକର ଦାସ କବିତା ସଂଯୋଜନା କରିଥିଲେ । ସଂସଦ ତରଫରୁ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ସାହିତ୍ୟ ବନ୍ଧୁ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ଅପହରଣ କରି ଛାଡି ଦେଇଥିବା ଚାରି ବର୍ଷର ଝିଅ ଏବେ ଚର୍ଚ୍ଚାରେ

Sunil Chandra Nayak

Leave a Comment

error: Content is protected !!