ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରାଇଭର ମହାସଂଘ ର ସମୂହ ଦୀପଦାନ

  ଡାବୁଗାଁ, ୩୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଥିବା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡାବୁଗାଁ ଶ୍ରୀ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ପୂର୍ବରୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୨ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବୀ ଶୀଘ୍ର ପୂରଣ କରାଯିବା ପାଇଁ ଡାବୁଗାଁ ମହାସଂଘ ତରଫରୁ ଡାବୁଗାଁର ଶ୍ରୀ ଜଗନ୍ନାଥ ମନ୍ଦିର, ଠାକୁରାଣୀ ମନ୍ଦିର, ଶିବ ମନ୍ଦିର ଓ ଡାବୁଗାଁ ର ଅନ୍ୟ ମନ୍ଦିର ସହିତ ଚର୍ଚ୍ଚ, ମସଜିଦ ଗୁଡିକରେ ମଧ୍ୟ ଡ୍ରାଇଭର ମାନେ ସମୂହ ଦୀପଦାନ କରିଛନ୍ତି | ଏଥିରେ ମହାସଂଘର ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମିରଅଲ୍ଲୀ ଖାନ, ସହ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଡମ୍ବରୁ ନାୟକ, ମନ ଭତ୍ରା, ମିଟୁ ପଣ୍ଡା, ଗୋପାଳ ହରିଜନ, ଗଣେଶ ହରିଜନ, ପି. ଭୈରବ ରାଓ, ରାମଚନ୍ଦ୍ର ହରିଜନ, ଉତ୍ତମ ପ୍ରଧାନ ଙ୍କ ସମେତ ପ୍ରାୟ ୫୦ ଜଣରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତୁମୁରା ଗ୍ରାମର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା :ସତ୍କାର କଲେ ସୋସିଆଲ ୱେଲଫେର ଅର୍ଗାନାଇଜେସନ ର କର୍ମକର୍ତ୍ତା

Sunil Chandra Nayak

ବିଜେପି ନଦୀ ସୁରକ୍ଷା ସମିତି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

Leave a Comment

error: Content is protected !!