ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

କୋକସରା,( ମ ନି ସ)୩୦/୧୦- ୨୯ / ଅକ୍ଟୋବରକୁ ପ୍ରତିବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଶନିବାର କୋକସରା ବ୍ଲକ ସଭାଗୃହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କୁ ନେଇ ଏକ ସଚେତନତା ବୈଠକ ପଞ୍ଚାୟତ ସମିତି ସଭାଗୃହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିବା ବେଳେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବ୍ଲକର ଅନେକ ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ସରପଞ୍ଚ ମାନେ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକୃତିକ ଓ କୁତ୍ରିମ ବିପର୍ଯ୍ୟୟ ପରିଚାଳନା ଉପରେ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ବନ୍ୟା ବାତ୍ୟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ସର୍ପ ଦଂଶନ, ପାଣିରେ ବୁଡିବା ଓ ବଜ୍ରାଘାତ ସମୟ ରେ କିଭଳି ଉପାୟ ଅବଲମ୍ବନ କଲେ ଆମେ ସୁରକ୍ଷା ପାଇପାରିବା ସେନେଇ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମକଡ୍ରିଲ ଡେମୋ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେମିତି ଲୋକଙ୍କୁ ବିପଦ ରୁ ରକ୍ଷା କରାଯାଏ ସେ ନେଇ ପ୍ରଦର୍ଶିତ କରିଥିଲେ।

Related posts

ଭାରତୀୟ ମାନବାଧିକାର ଆୟୋଗ ତରଫରୁ ଦାରିଙ୍ଗବାଡି ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ

Sunil Chandra Nayak

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!