ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସପ୍ତମ ଜୀହୋବା ଜିରି ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଉଦ୍ ଯାପିତ:,ପେନାଲଟି ସୁଟ ରେ ମିଳିଲା ଫଳ: ଘରୋଇ ଦଳ ଚମ୍ପିୟାନ

 ତେନ୍ତୁଳିଖୁ୍ଣ୍ଟି -୩୧/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କାମତା ଇଡେନ ଗାର୍ଡେନ ଷ୍ଟାଡିୟମ୍ ଠାରେ ୩ଦିନ ଧରି ଚାଲିଥିବା ଜୀହୋବା ଜିରୀ ଇଣ୍ଟର ଷ୍ଟେଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗତ କାଲି ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ମୂୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଖେଳ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପରେ, ପଡିଆ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ପ୍ରତିଶ୍ରତି ଦେଇଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ କାମତା ର ଖ୍ରୀଷ୍ଟିଆନ୍ ଯୁବକ ସଂଘ ଗ୍ରାମଞ୍ଚଳ ରେ ଏଭଳି ମ୍ୟାଚ ଆୟୋଜନ କରିବ ପ୍ରଶଂସା ର ପାତ୍ର। ଏହା କେଵଳ ଆମ ବ୍ଲକ୍ ପାଇଁ ନୁହେଁ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ନିଶ୍ଚିତ ଭାବେ ଏହି ଷ୍ଟାଡିୟମ୍ ଭିତ୍ତି ଭୂମି ନିର୍ମାଣ ପାଇଁ ଯାହା ଆବଶ୍ୟକ ସେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାନେତ୍ରୀ ନେତ୍ରୀ ମଞ୍ଜୁଳା ମାଝୀ,ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ,ବ୍ଲକ୍ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, କାମତା ସରପଂଚ ବତି ଜାନୀ ମଞ୍ଚାସୀନ ଥିଲେ।ଆଜି ଫାଇନାଲ ରେ ଘରୋଇ ଟିମ୍ କାମତା ବନାମ ପୋଡଶୀ କଳାହାଣ୍ଡି ମଧ୍ୟରେ ଚିତ୍ତାକର୍ଷକ ପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା। ଖେଳ ଶେଷ ସୁଦ୍ଧା କୌଣସି ଦଳ ସ୍କୋର କରି ପାରି ନଥିଲେ, ଏକ ପ୍ରକାର କାଣ୍ଟେ କା ଟକ୍କର ଚାଲିଥିଲା।ଏହାର ଭରପୁର ମଜା କେବଳ ଦର୍ଶକ ଭିତରେ ସୀମିତ ନ ଥିଲା। ଅତିଥି ମାନଙ୍କୁ ମଧ୍ୟ ରେ ରୋମାଞ୍ଚ ଭରି ଦେଇଥିଲା। ଦର୍ଶକ ମାନେ ନିଜ ପାଶ୍ୱ ଆଡ଼େ ବଲ ଆସିଲେ ଚିଲ୍ଲେଇ ଚିଲ୍ଲେଇ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।ଏଭଳି ଖେଳ ପ୍ରଥମ ଥର ପାଇଁ ଫାଇନାଲ ରେ ଦେଖିବାକୁ ମିଳିଥିଲା ବୋଲି ଫୁଟବଲ୍ ପ୍ରେମୀ ପ୍ରକାଶ କହିଛନ୍ତି। ଶେଷରେ ଖେଳ ହେବା ଫଳ ରେ ରେଫେ ରୀ ମନୋଜ ପେନାଲଟିକ୍ ନିର୍ଣ୍ଣୟ କରିଥିଲେ। ଏଥିରେ ଘୋରଇ କାମତା ଦଳ ୨.୦ ରେ ବିଜୟ ହୋଇଥିଲା ବିଜୟ ଦଳକୁ ଟ୍ରଫି ଶହ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ।ଉପ ବିଜେତା ଦଳ କଳାହାଣ୍ଡି କୁ ବିଧାୟକ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଟ୍ରଫି ସହ ୧୦ ହଜାର ନଗଦ ଅର୍ଥ ପ୍ରଦାନ କରିଥିଲେ। ଆଜିର ଖେଳ ପରିଚାଳନା କରିଥିଲେ, ରିଫେରୀ ମନୋଜ କରିଥିବା ବେଳେ ଲାଇନ୍ସ ମ୍ୟାନ ଅର୍ଜୁନ ସଗରୀୟା, ତାପସ ସହଯୋଗ କରିଥିଲେ। ଶେଷରେ ସ୍ପନସର୍ ମାନଙ୍କୁ , ତନୟ ସାଗର ନାୟକ,ମାହେର ବାଘ, କାମତା ନାଏବ ସରପଞ୍ଚ କପିଳାସ ମାଝୀ, ସୁଦେବ ବାଘ, ଦିଲୀପ ଡ୍ରାଇଭର, ହରିହର ଜାନୀ, ବାପି ବେନ୍ୟା, ସୁଜନ ବାଘ,ସୁକସନ୍ ଭତ୍ରା, ଇତ୍ୟାଦି ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଆୟୋଜକ ଖ୍ରୀଷ୍ଟିଆନ୍ ଯୁବକ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିଜୁ ଜନତା ଦଳ ର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଚାରବାହାଲରେ ଋଣ ସମନ୍ଵୟ ମେଳା , ୫୧ ଏସଏଚଜିଙ୍କୁ ୧.୮୪ କୋଟି ଟଙ୍କାର ପ୍ରଦାନ

Sunil Chandra Nayak

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!