ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ଭବାନୀପାଟଣା /ମନିସ) ତା ୩୦.୧୦.୨୦୨୨:/ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର , ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ । ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସଞ୍ଚୟ କରି ନିଜର ଆର୍ଥିକ ସ୍ୱଚ୍ଛଲତା ଓ ସୁରକ୍ଷିତ ଭବିଷ୍ୟତ କୁ ନିଶ୍ଚିତ କରିବାକୁ ଆହ୍ଵାନ କରିଥିଲେ ।ଆମର କଷ୍ଟଉପାର୍ଜିତ ଧନକୁ କୌଣସି ଅଣ ସ୍ଵୀକୃତିପ୍ରାପ୍ତ ଅଣ ପଞ୍ଜୀକୃତ ଆର୍ଥିକ ଅନୁଷ୍ଠାନ ରେ ଅତ୍ୟଧିକ ସୁଧ ହାର ଓ ଦ୍ଵିଗୁଣିତ ରାଶି ର ପ୍ରଲୋଭନରେ କଦାପି ଭରସା ନ କରିବା , ଚିଟ୍ ଫଣ୍ଡରୁ ଦୂରେଇ ରହିବା ତଥା କେବଳ ରିଜର୍ଭ ବ୍ୟାଙ୍କ ଓ ସରକାର ଦ୍ବାରା ସ୍ଵୀକୃତିପ୍ରାପ୍ତ,ଅଧିକୃତ ଓ ପଞ୍ଜୀକୃତ ଅନୁଷ୍ଠାନ ବା ସଂସ୍ଥା ରେ ଅର୍ଥ ନିବେଶ କରିବାକୁ ଏହି ସଞ୍ଚୟ ରଥ ଦ୍ଵାରା ସମସ୍ତଙ୍କୁ ସଚେତନ କରାଯାଉଛି। ମିତବ୍ୟୟୀ ବିନିଯୋଗ ଅର୍ଥ ଅପଚୟ ରୋକିବା ସହ ସ୍ୱଳ୍ପ ସଞ୍ଚୟ ଭବିଷ୍ୟତ ର ବିଭିନ୍ନ ଆବଶ୍ୟକତା ପୁରାଣ କରିଥାଏ ଏବଂ ଜରୁରୀକାଳୀନ ଆବଶ୍ୟକତା ପୁରାଣ କରିଥାଏ। ସଞ୍ଚୟ ରଥ ଆଜି ସଦର ବ୍ଲକର ରିଶିଗାଁ, ମାଲ ଗାଁ, କୁଟ୍ରୁଖମାର୍ ଗ୍ରାମପଞ୍ଚାୟତ ଯାଇ ମାଇକ ଦ୍ଵାରା ସଚେତନ କରିବ । ଆସନ୍ତା କାଲି ଜୁନାଗଡ ଏନ ଏ ସି ଓ ବ୍ଲକ ଅଞ୍ଚଳ ରେ ସଚେତନତା ଅଭିଯାନ କରିବ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ତଥା ଭାରତର ପଞ୍ଚସ୍ତରୀ ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!