ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ ସ୍ମରଣିକା ଓ ସାହିତ୍ୟ କମିଟି ବୈଠକ: ୧୫ ନଭେମ୍ବର ସୁଦ୍ଧା କବି, କବୟିତ୍ରୀ ଓ ଲେଖକଙ୍କ ଠାରୁ ଲେଖା ଆହ୍ବାନ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଗଣପର୍ବ ଓ ଲୋକ ମହୋତ୍ସବ “ମଣ୍ଡେଇ” ସ୍ମରଣିକା ଓ ସାହିତ୍ୟ କମିଟି ର ବୈଠକ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଙ୍କ ଆହ୍ୱାନ କ୍ରମେ ଓ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ମରଣିକା ଓ କବିତା ପାଠୋତ୍ସବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ଲେଖକ ଲେଖିକା ମାନେ ସେମାନଙ୍କର ନିଜସ୍ୱ ଲିଖିତ ସୁନିର୍ବାଚିତ ଓଡ଼ିଆ କିମ୍ବା ଇଂରାଜୀ ପ୍ରବନ୍ଧ ଗୁଡିକ ଅଧ୍ୟକ୍ଷ ଙ୍କ ଇ-ମେଲ୍ ଜରିଆରେ ଓ ସଂସ୍କୃତି ଭବନ ଠାରେ ନଭେମ୍ବର ମାସ ୧୫ ତାରିଖ ସୁଦ୍ଧା ପ୍ରେରଣ କରିବେ। ଏହି ନିର୍ଦ୍ଧାରିତ ସମୟ ପରେ କୌଣସି ଲେଖା ଗ୍ରହଣ କରାଯିବ ନାହିଁ। ନବରଙ୍ଗପୁର ଜିଲ୍ଲା ର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମୀ ଓ ସଂଗ୍ରାମ, ଦେବା ଦେବୀ, ଆଧ୍ୟାତ୍ମିକ ପୀଠ, ପର୍ଯ୍ୟଟନ ସ୍ଥଳୀ, ଦିବଂଗତ ସାହିତ୍ୟିକ, କଳା ଓ କଳାକାର, ଦିବଂଗତ କୃତି ସନ୍ତାନଙ୍କ ଜୀବନୀ, ଶିକ୍ଷା, କୃଷି, ପରମ୍ପରା ଇତ୍ୟାଦି ବିଷୟ ରେ ଆଧାରିତ ଲେଖା ଗୁଡିକ ପ୍ରକାଶ କରାଯିବ। ନବରଙ୍ଗପୁର ଓ ଉମରକୋଟ ଠାରେ “ମଣ୍ଡେଇ କବିତା ପାଠୋତ୍ସବ” ଅନୁଷ୍ଠିତ ହେବ । ଉମରକୋଟ ଠାରେ ହେବାକୁ ଥିବା କବିତା ପାଠୋତ୍ସବ ଆୟୋଜନ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ, ଅଧ୍ୟାପକ ପରିକ୍ଷିତ ସାହୁ, ପ୍ରଫୁଲ୍ଲ ରାଉତ, ଡଃ ଶେଷାନନ୍ଦ ମିଶ୍ର, ଧର୍ମରାଜ, ଟୁଟୁ ବାବୁ ପଟ୍ଟନାୟକ, ଏମ୍. ହିମାଂଶୁ ଆଚାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା । “ମଣ୍ଡେଇ” ଉତ୍ସବ ର ଶୁଭ ଉଦ୍ଘାଟନ ପରେ କବିତା ପାଠୋତ୍ସବ ର ସ୍ଥାନ ଓ ତାରିଖ ନିର୍ଦ୍ଧାରଣ କରିବା ପାଇଁ ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ସାହିତ୍ୟ ଏକାଡେମୀ ସଦସ୍ୟ, କବି ତଥା ଉପ-ଆରକ୍ଷୀ ଅଧିକ୍ଷକ ଡଃ ଚନ୍ଦ୍ର ଶେଖର ହୋତା, କବି ଶ୍ରୀ ନାରାୟଣ ପଣ୍ଡା, ଡଃ ବିଜୟ କୁମାର ମିଶ୍ର, ରାମ ପ୍ରସାଦ ପାତ୍ର, ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟା ଜେମା ମଣୀ ବିଷୋୟୀ, ପ୍ରାଧ୍ୟାପିକା ସଂଗୀତା ତ୍ରିପାଠୀ, ଦୁର୍ଗା ପ୍ରସାଦ ପାଢ଼ୀ, ରାଜୀବ ଜାଲ୍ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପ୍ରତାପ କୁମାର ପଣ୍ଡା ଙ୍କ କବିତା ଶୂନ୍ୟ ସମାଧି

ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳପତ୍ତନ ବୃଦ୍ଧି ପାଉଛି: ଆସନ୍ତା କାଲି ର ବର୍ଷା ଜଳସ୍ତର ସ୍ପଷ୍ଟ କରିବ ଫାଟକ ଖୋଲାହେବ ନା ନାହିଁ

Sunil Chandra Nayak

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!