ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ 71 ତମ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳନ

ପାପଡାହାଣ୍ଡି,1/11, ମନିସ —- ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ତରଫରୁ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ସ୍ଥିତ ମିନି ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ 71 ତମ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ଅତିଥି ଭାବେ ସାଂସଦ ରମେଶ ମାଝୀ, ଡାବୁଗାଁ ବିଧାୟକ ମନହର ରନ୍ଧାରୀ,ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ,ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ର,ବ୍ଲକ ଅଧକ୍ଷା ହେମାଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ଜିଲ୍ଲା ପରିଷଦ ୟସବନ୍ତ ନାୟକ,ବିଡ଼ିଓ ରଞ୍ଜିତା ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ବରେ ଡକରାଗୁଡା ମା କଳା ସଂସ୍କୃତି ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ପ୍ରଥମେ ଚାଷୀ ଓ ପ୍ରାଣୀ ବିଶେଷଜ୍ଞ ଙ୍କ ମଧ୍ୟରେ ଆଲୋଚନା ଚକ୍ର ତଥା ଗୋମାତାଙ୍କ ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହା ପରେ ପାପଡାହାଣ୍ଡି ଆଞ୍ଚଳିକ ସାଂସ୍କୃତିକ ପରିଷଦ ସଭ୍ୟଙ୍କ ଦ୍ୱାରା ଗୋପାଳନ ଉପରେ ଏକ ନାଟକ କରାଯାଇଥିଲା ।ଗୋମାତା କୁ ସୁରକ୍ଷା ଦେବାକୁ ସମସ୍ତ ଜନସାଧାରଙ୍କୁ ପରାମର୍ଶ ଦେ ଦିଆ ଯାଇଥିଲା । ଜିଲ୍ଲାରେ ତିନଟି ଗୋଶାଳା କରିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିବା ବିଷୟ ଉପସ୍ଥାପନା କରାଯାଇଥିଲା ।ପାପଡାହାଣ୍ଡି ସଦରମହାକୁମାରେ ଥିବା ଦୁଇ ଜଣ ଚାଷୀ ତଥା ଆନନ୍ଦ ରାଓ ଓ ସିଧାର୍ଥ ସାବତଙ୍କୁ ଓ ପ୍ରାଣୀ ଡାକ୍ତର ଆନିନ୍ଦ୍ୟ ଜେନାଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରୁସ୍କୃତ କରାଯାଇଥିଲା । ଯେଉଁ ମାନେ ଗୋପାଳନ ଇଛୁକ ସେମାନେ ଆସି ପ୍ରଶାସନ ପାଖରେ ନାମ ଲେଖାଇବାକୁ ଜିଲ୍ଲାପାଳ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଆଖପାଖର ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

Sunil Chandra Nayak

ସକ୍ଷମ ପୂର୍ବ ଭାରତ, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ନିଃଶୁଳ୍କ ମଧୁମେହ ଶିବିର

Sunil Chandra Nayak

କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି,

Leave a Comment

error: Content is protected !!