ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭତ୍ତା ଟଙ୍କା ହଡପ ଘଟଣାର ଦୁଇ କର୍ମଚାରୀଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ବିଡ଼ିଓଙ୍କ ଦ୍ୱାରା ଏତଲା

ଚନ୍ଦାହାଣ୍ଡି-1/11(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗତ ମାସରେ ମୃତ ବ୍ୟକ୍ତିଙ୍କ ମଧୁବାବୁ ପେନସନ ଭତ୍ତା ଟଙ୍କା ହଡପ ଘଟଣାରେ ଚନ୍ଦାହାଣ୍ଡି ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ )ପ୍ରକାଶ ଚନ୍ଦ୍ର ଢ଼ାଲି ଓ କାର୍ଯ୍ୟକ୍ରମ ସହାୟକ ଧର୍ମେନ୍ଦ୍ର ସାହୁ ଉଭୟଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିସ୍କୃତ କରିଥିଲେ l ଆଜି ଚନ୍ଦାହାଣ୍ଡି ବ୍ଲକ ବିଡ଼ିଓ ଧର୍ମରାଜ ମାଝୀଙ୍କ ଦ୍ୱାରା ଚନ୍ଦାହାଣ୍ଡି ଥାନାରେ ଏସଇଓ ପ୍ରକାଶ ଚନ୍ଦ୍ର ଢ଼ାଲି ଓ କାର୍ଯ୍ୟକ୍ରମ ସହାୟକ ଧର୍ମେନ୍ଦ୍ର ସାହୁ ଉଭୟଙ୍କ ନାମରେ ଏତଲା ଦେଇଥିବା ସୂଚନା ମିଳିଛି l ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ମାସରେ ମଧୁବାବୁ ପେନସନ ଜରିଆରେ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଥିଲା ତେବେ ପେନସନ ବାବଦରେ ଯାଇଥିବା ଟଙ୍କା ମଧ୍ୟରୁ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନଯାଇ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଛାଡିଥିବା ନେଇ ଜଣାପଡିବା ପରେ ଡ଼ିଏସଏସଓ ସୁଧାଂଶୁ ପାତ୍ର ପ୍ରାଥମିକ ତଦନ୍ତ କରିବାରୁ ପ୍ରକାଶ ଢ଼ାଲି ଓ ଧର୍ମେନ୍ଦ୍ର ସାହୁ ସେପ୍ଟେମ୍ବର ମାସରେ ଭତ୍ତା ଟଙ୍କା 42 ହଜାର ଚଞ୍ଚକତା କରି ହଡପ କରିଥିବା ଜଣାପଡିବା ପରେ ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଉଭୟଙ୍କୁ ଚାକିରୀରୁ ବହିସ୍କୃତ କରାଯାଇଥିଲା l ଏନେଇ ଥାନାରେ କେସ ନଂ 131/22 ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଚନ୍ଦାହାଣ୍ଡି ପୋଲିସ ସୂତ୍ରରୁ ଜଣାପଡିଛି। l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା, ବିଶିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା

ସାହିତ୍ୟ ଅଗଣା – ବଞ୍ଚିବାକୁ

Sunil Chandra Nayak

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!