ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଆରେ ଥିବା ଆନ୍ତର୍ଜାତିକ କରାଟେ ଚାମ୍ପିଅନସିପରେ ଥୁଆମୂଳ ରାମପୁର କୋଶଳ କରାଟେ ସ୍କୁଲର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ

ଥୁଆମୂଳ ରାମପୁର : ୧/୧୧ – ଗୋଆରେ ଥିବା ଆନ୍ତର୍ଜାତିୟ କରାଟେ ଚାମ୍ପିଅନସିପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କୋଶଳ କରାଟେ ସ୍କୁଲର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବା ଜଣାପଡିଛି। ଏଥିରେ ହିତେଶ୍ କୁମାର ନାଏକ, ବିଶ୍ବଜିତ ସାହୁ, ଜିତେନ୍ଦ୍ର ବାଗ ଏବଂ ନିର୍ମଳ ପୂଝାରୀ ଭାଗ ନେବେ। ଏହାର ମୁଖ୍ୟ ପ୍ରଶିକ୍ଷକ ସେନସାଇ – ସୁମିତ ରଞ୍ଜନ ପଟ୍ଟନାୟକ ଏବଂ ହିତେଶ୍ କୁମାର ନାଏକଙ୍କ ତତ୍ବାବଧାନରେ ଉକ୍ତ ପ୍ରତି ଯୋଗୀମାନେ ପ୍ରତିଯୋଗିତାରେ ଭାଗ ନେବା କାର୍ଯ୍ଯକ୍ରମ ରହିଅଛି। ଗୋଯୁ ଆରୟୋ କରାଟେ ସ୍କୁଲ ଇଣ୍ଡିଆ ର ମୁଖ୍ୟ ପ୍ରଶିକ୍ଷକ ଶିହାନ – ଅଶୋକ କୁମାର ନାଗ୍ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ କଳାହାଣ୍ଡି ତଥା ଥୁଆମୂଳ ରାମପୁର ବ୍ଳକର ଅଞ୍ଚଳ ବାସିନ୍ଦା ଗୌରବାନୀତ ଅନୁଭବ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ଥିବା ପ୍ରତିଭା ସମ୍ପର୍ଣ୍ଣ ଯୁବ ପୀଡି ଅଞ୍ଚଳ ପାଇଁ ଗୌରବ ଆଣିଥିବା ଯୋଗୁଁ ଅଞ୍ଚଳରେ ଖୁସି ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୃତଜ୍ଞତା

Sunil Chandra Nayak

ଭାରତ ବନ୍ଦ ର ପ୍ରଭାବ- ଧର୍ମଗଡ ରେ ବ୍ୟାଙ୍କ ସେବା ବନ୍ଦ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

Leave a Comment

error: Content is protected !!