ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

ରାଉରକେଲା/ ଉଦିତନଗର ରେ ଥିବା ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ କମ୍ପୁଟର ଏଜୁକେସନ (ରାଇସ) ଅନୁଷ୍ଠାନ ତରଫରୁ ତର୍କରା ସ୍ଥିତ ଶିବ ମନ୍ଦିରଠାରେ ନାରାୟଣ ସେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବୈଦିକ ବିଦ୍ୟାଳୟର ଅନ୍ତେବାସୀ, ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ର ଅନ୍ତେବାସୀ ଓ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଆଶ୍ରମର ଅନ୍ତେବାସୀ ମାନଙ୍କୁ ତର୍କରା ମନ୍ଦିରକୁ ଅଣାଯାଇ ସେମାନଙ୍କୁ ଜଳଖିଆ, ପ୍ରସାଦ ସେବନ ଓ ଖାତା କଲମ ବଣ୍ଟନ କରାଯାଇଥିଲା । ରାଇସର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତା ଓ ସ୍ବାଗତିକା ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମୃତି ମଧୁର ସାଉଣ୍ଡ ମ୍ୟୁଜିକ ଗୃପ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜ୍ଞସେନୀ ର ନୀନାରାଣୀ ଜେନା, କିନ୍ନର ସମାଜ ରାଜ୍ୟ ସଂପାଦିକା ଜୋୟା ତ୍ରିପାଠୀ,ଲେଡି ଲାୟନ ଗୃପର ବନ୍ଦିତା ମାହତୋ, ଆନ୍ତର୍ଜାତୀୟ ମାନବିକ ଅଧିକାର ସଂଘର ବିଶ୍ବଜିତ ମଲ୍ଲିକ ଓ ବିଜୟ ସୁନ୍ଦରରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଚମ୍ପା ସମାସୀ,ବିକି କୁମାର,ଦାଉଦ ଖାନ, ରାକେଶ ମହାନ୍ତି,ଅବିନାଶ ପାତ୍ର,ଅସିର ଅହମ୍ମଦ,ବଣ୍ଟି ତନ୍ତୀ,ମଜହର କ୍ୟୁରେସୀ, ଆକାଶ ରାୟ,ଅୟସକାନ୍ତ ମହାପାତ୍ର, ନେହା ସା, ନେହା ମିଶ୍ର, ନିରଜ କୁମାର ବର୍ମା,ସୋନାଲ ଅଗରିଆ, କପିଲା ମାଂଝୀ,ଏମଡି ସଇଦ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମାନବ କଲ୍ୟାଣ

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

ମଧୁ ସୁଦନ ମହାପାତ୍ର ଙ୍କ କବିତା ହକ୍, ପାଇଁ

Sunil Chandra Nayak

Leave a Comment

error: Content is protected !!