ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

କୋକସରା,୧/୧୧ – (ମ ନି ସ) ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଭିଡିଓ କନ୍ଫରେନ୍ସରେ ରାଜ୍ୟର କର୍ମଚାରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରିବା ସହ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ଭିଡ଼ିଓ କନ୍ଫରେନ୍ସରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ବ୍ଲକର କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ସଚିବ ମାନେ ଦେଇଥିବା ବାର୍ତ୍ତାକୁ ପାଳନ କରିବା ପାଇଁ ଶପଥ ପାଠ ନେଇଛନ୍ତି। ଏହା ବ୍ୟତୀତ କୋକସରା, ଆମପାଣି ପୁଲିସ, ବ୍ଲକର ୨୨ଟି ପଞ୍ଚାୟତରେ ଜନ ପ୍ରତିନିଧି ଓ କର୍ମଚାରୀ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଦୁର୍ନୀତି ନିବାରଣ ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Related posts

ବିଶ୍ୱକସେନ ଦାଶ ଙ୍କ କବିତା ମାନବ

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପ୍ରେମ

Sunil Chandra Nayak

Leave a Comment

error: Content is protected !!