ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସଭାଗୃହ ଠାରେ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିର ବୈଠକ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ଆତ୍ମା ଆବାହକ ଦାୟିତ୍ୱରେ କେସିଙ୍ଗା ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଅଧିକାରୀ ଅରୁଣ କୁମାର ସାହୁ, ଭାରପ୍ରାପ୍ତ କୃଷି ଅଧିକାରୀ ଅରୁଣ ଚନ୍ଦ୍ର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ସହାୟକ ଶିଶିର କୁମାର ପାଣିଗ୍ରାହୀ, ଏଟିଏମ୍ ଶ୍ୟାମ ପଦ ଭଞ୍ଜ, ମିଳନ କୁମାର ଗୋଛାୟତ, ଓଁମ ପ୍ରକାଶ ମିଶ୍ର, ପ୍ରମୁଖ ଯୋଗ ଦେଇ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ବରାଦ ସହିତ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୃଷକ ପରାମର୍ଶ କମିଟିର ସଭ୍ୟ ତଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟିରୁ ପ୍ରଦୀପ କୁମାର ସାହୁ, ନନ୍ଦି କିଶୋର ଭୋଇ, ଦୟା ମାଝୀ, ପ୍ରମୋଦ ସାହୁ, ବଳଦେବ ଭୋଇ, ଚନ୍ଦ୍ର ଭାନୁ ସାହୁ, ପଣ୍ଡରୀକାକ୍ଷ ଗହୀର, ପ୍ରତିମା ସାହୁ, ସବିତା ଚୌଧୁରୀ, ଜଗତି ସାହୁ, ଅବନ୍ତି ସାହୁ, ସୂର୍ଯ୍ୟ କାନ୍ତି ସାହୁ ଉପସ୍ଥିତ ଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

ବିଶିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମା ଙ୍କ ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

Leave a Comment

error: Content is protected !!