ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିରେ ବୁଡି ମାନସିକ ବିକୃତ ମହିଳା ମୃତ

ବୌଦ୍ଧ – 02/11- ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ଗ୍ରାମର ଗୌରୀ ମେହେର (65) ମଧ୍ୟାହ୍ନରେ ଗାଧୋଇବା ପାଇଁ ଗ୍ରାମ ପାଖରେ ଥିବା ଘାଟବନ୍ଧକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିବା ଜଣା ପଡ଼ିଛି l ପରିବାର ଲୋକେ ବହୁ ଖୋଜା ଖୋଜି କରି ପାଇନଥିଲେ l ଦିନ 4 ଟାରେ କେତେକ ମହିଳା ଶୌଚ ପାଇଁ ପୋଖରୀକୁ ଯାଇଥିଲେ l ଏହା ଦେଖି ପରିବାର ଲୋକଙ୍କୁ ସୂଚନା ଦିଆ ଯାଇଥିଲା l ସେ ଜଣେ ମାନସିକ ବିକୃତ ମହିଳା ବୃଦ୍ଧା ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି l ଖବର ପାଇ ବୌଦ୍ଧ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତ ବୃଦ୍ଧାଙ୍କ ଶବକୁ ପୋଖରୀରୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇଥିବା ଜଣା ପଡିଛି l ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l ଆସନ୍ତା କାଲି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ସେ ଏକ ଅସହାୟ ମହିଳା ହୋଇ ଥିବାରୁ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରେମଶିଳା ବେହେରା ଙ୍କ କବିତା ନୂଆଖାଇ

Sunil Chandra Nayak

ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୃକ୍ଷରୋପଣ

Sunil Chandra Nayak

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

Leave a Comment

error: Content is protected !!