ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨/୧୧- ମ ନି ସ/ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସୋମବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଵସରରେ ରେକର୍ଡ ଡ଼୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଅଵସରରେ ସାଂସ୍କୃତିକ କମିଟିର ସଭାପତି ଗୌତମ ପୁଝାରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଶୀଲ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଜଗନ୍ନାଥ ଦଳପତି, ସମ୍ମାନିତ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଦେବରାଜ ଦଳପତି, ନାଏବ ସରପଞ୍ଚ ନନ୍ଦିନୀ ନାଗ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ଉତ୍ସାହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୩ ଗୋଟି ରେକର୍ଡ ଡ଼୍ୟାନ୍ସ ଦଳ ଅଂଶଗ୍ରହଣ କରିଥିଲେ।କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବିମୋହିତ କରିଥିଲା। ବିଚାରକ ଭାବେ ମହମ୍ମଦ ଖାନ, ଗଙ୍ଗାଧର ପୁଝାରି, ମହେଶ୍ୱର ପୁଝାରି, କୁଞ୍ଜ ବିହାରୀ କେତକୀ ଦାୟିତ୍ୱ ତୁଲାଇଥିଲେ। ମଞ୍ଚ ପରିଚାଳନାରେ ବାବୁଲାଲ ଶବର ଓ ପିଣ୍ଟୁ ଗହୀର ସହଯୋଗ କରିଥିଲେ। ଜହ୍ନି ଓଷା ପୂଜା କମିଟିର ସଭାପତି କୁମ୍ଭେ ପୁଝାରି, ଉପ ସଭାପତି କୁମାରୀ ବଚ୍ଛା, ସମ୍ପାଦିକା କୁନ୍ତଳା ପୁଝାରି, କୋଷାଧ୍ୟକ୍ଷ ତରୁଲତା କେତକୀ ସମେତ ଗ୍ରାମର ଯୁବକ ତୁଳସୀରାମ ପୁଝାରି, ଦିନେଶ ପୁଝାରି, ଉମେଶ ଗହୀର, ଦିବାକର ମାଝୀ, ପୁରୁଷୋତ୍ତମ ନାଏକ, ଦେବୀସିଂ କେତକି, ଦୁର୍ଯୋଧନ ପୁଝାରି ପ୍ରମୁଖ ସହଯୋଗ କରିଥିଲେ।

Related posts

ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ପ୍ରଥମ ଦିବସ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କବିତା – ହେ ଗୋପୀ ବଲ୍ଲଭ

Sunil Chandra Nayak

Leave a Comment

error: Content is protected !!