ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଧାନ ଗଦା ପୋଡି ନଷ୍ଟ

ପାପଡାହାଣ୍ଡି,2/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ମହାକୁମାରେ ବିଳମ୍ବିତ ରାତ୍ରରେ ନିଆଁ ଲାଗି ଏକ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | କେହି ଦୁବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି | ପୋଡି ଯାଇଥିବା ଧାନ ଗଦାଟି ଗ୍ରାମର ଯଦୁ ମାଝିଙ୍କ ର ବୋଲି ଜଣାପଡିଛି | ଦୁଇ ଦିନ ତଳେ 4ଏକର ଜମିର ଧାନ କାଟି ଜମି ନିକଟରେ ଗଦା କରି ରଖିଥିଲେ | ପାହାନ୍ତିଆ ସମୟରେ ଉକ୍ତ ଧାନ ଗଦାରେ ନିଆଁ ଲାଗିଥିବା ଖବର ପାଇଥିଲେ | ଖବର ଲେଖା ଶେଷ ସୁଦ୍ଧା ଅଗ୍ନିଶମ ଗାଡି ପହଂଚି ନ ଥିବା ବେଳେ ସମ୍ପୂର୍ଣ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ପ୍ରଶାସନ ତରଫରୁ ଅସହାୟ ପରିବାରଙ୍କୁ ସହା ୟତା ଲାଗି ନିବେଦନ ହୋଇଛି | ଯଦୁ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମସୀହା ପ୍ରଭାବ : ପେନସନ କାର୍ଡ ମୁକୁଳିଲା, ବିଡ଼ିଓ ଦେଲେ 5ହଜାର ଓ ଚିକିତ୍ସା ପାଇଁ ଦୁଇ ଦିନରେ ଯିବେ ଭୁବନେଶ୍ବର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ସି.ସି. ଟି.ଭି. କ୍ୟାମେରା

Sunil Chandra Nayak

କୁମୁଡ଼ାମୁଣ୍ଡା ଗୌନ୍ତିଆଙ୍କ ପରଲୋକ, ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

Leave a Comment

error: Content is protected !!