ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ .ରାମପୁର ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାେମେଣ୍ଟ ଉଦ୍ଘାଟିତ 

ମ, ରାମପୁର,୦୩/୧୧( ମସୀହା):- ମ.ରାମପୁର ଫୁଟବଲ୍ କ୍ଳବ୍ ଆନୁକୁଲ୍ୟରେ ମ,ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବୁଧବାର ଉଦ୍ଘାଟିତ ହେଇ ଯାଇଛି। ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଓ ସମାଜସେବୀ ସତ୍ୟ ନାରାୟଣ ସାହୁ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଦେବେନ୍ଦ୍ର ପୋଢ଼ , ପି ଭି ରାଓ, ସୁରଜିତ କୁମାର ଲାକ୍ରା, ଆୟୋଜକ କମିଟି ର ପ୍ରବୀଣ ଭୋଇ, ଆଲୋକ ବେହେରା ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ପ୍ରଥମ ମ୍ୟାଚ୍ କଳାହାଣ୍ଡି ଜିଲ୍ଲା ତୁଲାପଡ଼ା ଓ ବଲାଙ୍ଗୀର ଜିଲ୍ଲା ବୁଦେଲଗୁମା ମଧ୍ଯ ରେ ହେଇଥିବା ବେଳେ ବୁଦେଲ ଗୁମା ୨-୧ ରେ ବିଜୟୀ ହେଇଥିଲେ। ଖେଳ ପରିଚାଳନା କରିଥିଲେ ସନ୍ତୋଷ ନାୟକ, ଲାଇନ୍ ମ୍ୟାନ ଥିଲେ ସୁରେଶ ଏବଂ ମୁକୁନ୍ଦ। ସମସ୍ତ ଖେଳ ପରିଚାଳନା ରେ ଦୀନେଶ କୁମାର୍, ଅମୂଲ୍ୟ ଦାଶ, କ୍ଷୀରୋଦ ହେର୍ଣ୍ଣା, ମନୋଜ ସା, ବିନୋଦ ହେର୍ଣ୍ଣା, ଦୁଷ୍ମନ୍ତ,ସୁବଳ ଏବଂ ବବଲୁ। ଦ୍ଵିତୀୟ ଦିନ ର ମ୍ୟାଚ୍ ଆଜି ରଜାପଡା ଓ ଗଜବହାଲ ମଧ୍ୟ ରେ ଅନୁଷ୍ଠିତ ହେବ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା,ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

Sunil Chandra Nayak

ମେର୍ଡିକୁପା ରୁ ନିୟମଗିରି ସବୁଠି ଉଡିଲା ତ୍ରିରଙ୍ଗା

Sunil Chandra Nayak

Leave a Comment

error: Content is protected !!