ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାବରା ଠାରେ ବାବା ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର ୦୨/୧୧- (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କୋଷlବରା ଗ୍ରାମ ଠାରେ ଦୀପାବଳି ପର୍ବ ଅନୁଷ୍ଠିତ ହୋଇଯାଇଛି, ଥୁଆମୂଳ ରାମପୁର ବ୍ଲକର ଏହା ହେଉଛି ଶେଷ ଦୀପାବଳି ପର୍ବ ବା ବାବା ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ ଝାମୁଯାତ୍ରା l ପ୍ରତି ବର୍ଷ ଏଠାରେ ବହୁ ଦୂର ଦୁରନ୍ତରୁ ହଜାର ହଜାର ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହେବା ସହ ବେଶ୍ ଧୂମ ଧାମରେ ଆୟୋଜନ କରାଯାଇଥିଲା। ଗ୍ରାମର ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ କଣ୍ଟା ପାଣି ଗଦିଆ ବସା ସହ , କଣ୍ଟା ଦୋଳି ଝୁଲା ଓ ନଗର ପରିକ୍ରମା ପରେ ପରେ ଅଗ୍ନି ପରୀକ୍ଷା ପରମ୍ପରା ଅନୁଯାଇ ଅନୁଷ୍ଠିତ ହୋଇଥିଲା l ରାତ୍ରରେ ଦର୍ଶକ ଓ ଶ୍ରଧାଳୁ ଙ୍କ ମନୋରଂଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ଯକ୍ରମରେ ରାତ୍ର ୯ ଘଣ୍ଟା ସମୟ ଯମୁନା ବହାଲ ର କାଳ୍ପନିକ ଗୀତିନାଟ୍ୟ ପରିବେଣ କରାଯାଇଥିଲାl ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଜୟା ମାଝୀ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଶ୍ରୀ ଦେବୀ ଚରଣ ଭାଟି , ଶ୍ରୀ ପରମେଶ୍ୱର୍ ନାଏକ , ଶ୍ରୀ ମକୁନ୍ଦ ଧଙ୍ଗଡା ମାଝୀ , ଶ୍ରୀ ନରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଯୋଗଦେଇଥିଲେ l ପରେ ରାତ୍ର ୧୨ ଘଣ୍ଟା ସମୟରେ ଗୁପ୍ତ ପୂଜା ନେଇ ମନ୍ଦିର ରୁ ବାହାରି ବାବା ଖଣ୍ଡୁଆଳ ଦେବତାଙ୍କ ପୀଠ କୁ ଯାଇ ନିଶି ପୂଜା ଶେଷରେ ସର୍ବ ଦେବା ଦେବୀଙ୍କୁ ପାଛୋଟି ଆଣିଥିଲେ ଭୋର ସକାଳେ ଜେନା ଖାଳ ଅଭିମୁଖେ ବାହାରି ସେଠାରେ ମଧ୍ୟ ଗୁପ୍ତ ପୂଜା ସାରି ମନ୍ଦିର ଅଭିମୁଖେ ପ୍ରତ୍ଯାବର୍ତ୍ତନ କରିଥିଲେ l

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭ୍ରମର ବାଗ ଙ୍କ କବିତା ହେ ଚକାଆଖି ମୋତେ ଦିଅ ଆଶିଷ 

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ :ଦୂର୍ନୀତିନିବାରଣ ସପ୍ତାହ ଅବସରରେ ସାଧୁତା ର ଶପଥ ପାଠ

Sunil Chandra Nayak

Leave a Comment

error: Content is protected !!