ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ଯାଇ ନିଜାମବାଦରେ କୋକସରା ବ୍ଲକର ଯୁବକ ମୃତ

କୋକସରା,୦୩/୧୧-ମ ନି ସ/ ରାଜ୍ୟ ବାହାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ହାଇଦ୍ରାବାଦର ନିଜାମାବାଦରେ ଟ୍ରାକ୍ଟର ଦୁର୍ଘଟଣାରେ କଳାହାଣ୍ଡି ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶବ ଆଣିବାକୁ ଆଜି ପରିବାର ଲୋକ ନିଜାମାବାଦ ଯାଇଥିବା ସୂଚନା ମିଳିଛି।ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ବଗଡ଼ିଆପଡ଼ାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ (୨୭ ବର୍ଷ) ଗତ ରବିବାର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ହାଇଦ୍ରାବାଦର ନିଜାମାବାଦ ଯାଇଥିଲେ। ଯିବାର ୨ ଦିନ ପରେ ପୁଅର ମୃତ୍ୟୁ ଖବର ଆସିଛି। ସେଠାରେ ଟ୍ରାକ୍ଟର ଓଲଟିବା ଫଳରେ ଚାପି ହୋଇ ଚନ୍ଦ୍ରମଣିଙ୍କର ମୃତ୍ୟୁ ହୋଇଛି। ତେବେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ମରଶରୀର ଆଣିବାକୁ ନିଜାମବାଦ ଯାଇଛନ୍ତି। ଅପର ପକ୍ଷରେ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।

Related posts

ପ୍ରଭୁ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

Sunil Chandra Nayak

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!