ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା 

ଢେଙ୍କାନାଳ, କାମାକ୍ଷାନଗର (ମସୀହା)୦୩/୧୧_ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିସ୍କାର ଓ ଗିରଫ କରିବାକୁ ବିଜେପି ଦାବି କରିଛି । ଏଥିସହ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀରେ ବିଜେଡିର ଅନେକ ବିଧାୟକ, ମନ୍ତ୍ରୀ ସମେତ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତି ରହିଥିବା ବିଜେପି ଦାବି କରିଛି l ଏହାକୁ ନେଇ ଆଜି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି l ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତି କରୁଥିବା ବେଳେ ଏ ସରକାର ଘଣ୍ଟ ଘୋଡାଉଥିବା ଦଳର କର୍ମକର୍ତ୍ତାମାନେ ଉଦବୋଧନ ଜରିଆରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଗର୍ଜିଛନ୍ତି l ଏହି ଧାରଣା ସଭାରେ କାମାକ୍ଷାନଗର ବିଜେପି ବିଧାୟକ ପାର୍ଥୀ ଶତ୍ରୁଘନ ଜେନା, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ ଓ ଶିଶିରକାନ୍ତ ନାୟକ, କାମାକ୍ଷାନଗର ମଣ୍ଡଳ ସଭାପତି ବିଭୁ ସନ୍ଦୀପ କୁମାର ପଟନାୟକ, କାମାକ୍ଷାନଗର NAC ର ମଣ୍ଡଳ ପ୍ରଭାରୀ ରବିନାରାୟଣ ସାହୁ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା, ଓ ଅନ୍ୟ ବରିଷ୍ଟ ବିଜେପି ନେତା ସମେତ କାମାକ୍ଷାନଗର NAC ର ବିଜେପି ଯୁବ ମୋଚା ସଭାପତି ଶେଷ ଦେବ ନାଥ ଏବଂ ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ରହିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ପ୍ରାୟାସ ତରଫରୁ ୨୩ ତମ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!