ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଖବାହାଲିଠାରେ ସିଆର୍ ପିଏଫ୍ ତରଫରୁ ଜନସଂପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୦୪/୧୧(ମନିସ)-ଲାଞ୍ଜିଗଡ଼ ବ୍ଲକ ଲାଖବାହାଲିଠାରେ ବିଜେପିରସ୍ଥିତ ସିଆରପିଏଫ୍ ଚତୁର୍ଥ ବାଟାଲିୟନ ପକ୍ଷରୁ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କମାଣ୍ଡାଣ୍ଟ ମନୋଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଆରପିଏଫ୍ ଦ୍ବାରା ବିଭିନ୍ନ ସମୟରେ ନିଆଯାଉଥିବା ଜନକଲ୍ୟାଣକାରୀ ପଦକ୍ଷେପ ସଂପର୍କରେ ବକ୍ତବ୍ୟ ରଖିଥିଲେ ! ଏହାସହିତ ଅସାମାଜିକ ତତ୍ତ୍ବମାନଙ୍କ ପ୍ରରୋଚନାରୁ ଦୂରେଇ ରହିବା ସହିତ ଏକ ବିକଶିତ ସମାଜ ଗଠନ ଦିଗରେ ସେ ଆହ୍ବାନ ଦେଇଥିଲେ ! ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ କପିଙ୍ଗ ଗିଲ୍, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରମେଶଙ୍କ ସମେତ ବିଜେପୁର ସରପଞ୍ଚ ଜନନୀ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇଥିଲେ! ଏଇ କାର୍ଯ୍ୟକ୍ରମରେ ଲାଖବାହାଲି, ବିଜେପୁର, ପାହାଡ଼ପଦର, ବେନଗାଁ, ମାଳିଯୁବାଙ୍ଗ ଶତାଧିକ ଲୋକେ ସାମିଲ ହୋଇଥିଲେ ! କାର୍ଯ୍ୟକ୍ରମ ପରିଚାଳନାରେ ଅମିତ ସାହୁ, ସୁନୀଲ ଓ ରୂପସିଂଙ୍କ ସହିତ ବିଜେପୁର କ୍ୟାମ୍ପର ଜବାନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନାମରେ ନାହିଁ ତ କାମ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ବିପଦ

Sunil Chandra Nayak

Leave a Comment

error: Content is protected !!