ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡେଙ୍ଗୁ ଆକ୍ରାନ୍ତ ଶିଶିକୁ ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ୪ ଯୁବକ

ଚନ୍ଦାହାଣ୍ଡି(ମ ନି ସ) ଡେଙ୍ଗୁ ରେ ଆକ୍ରାନ୍ତ ହୋଇଥିବା ଜଣେ ଶିଶୁ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଚନ୍ଦାହାଣ୍ଡି ବ୍ଲକ ର ୪ ଜଣ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ମାନେ ହେଲେ ଯୁବ ବିଜେପି ନେତା ଭୋଦେଵ ବାଘ, ହଳଦୀ ଗ୍ରାମର ପଦୁ କଟା,ସାଲେବିଡି ଗ୍ରାମର କ୍ଷେତ୍ର ମୋହନ କଟା ଓ ବନ୍ଧକଣା ଗ୍ରାମର ପ୍ରଫୁଲ୍ଲ ଗହିର । 

   ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବନ୍ଧକଣା ଗ୍ରାମର ମନଧର ଗହିର ଙ୍କ ୧୩ ବର୍ଷ ର ପୁଅ ଫୁଲଚନ ଗହିର ଜ୍ବରରେ ଆକ୍ରାନ୍ତ ହୋଇ ଡେଙ୍ଗୁ ର ଶିକାର ହୋଇ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ ୪ ୟୁନିଟ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ । ଏନେଇ ଶିଶୁ ର ବାପା ମନଧର ଗହିର ଯୁବ ନେତା ଭୋଦେଵ ବାଘ ଙ୍କୁ କହିବା ପରେ ୪ ଜଣ ଯୁବକ ସ୍ୱତପ୍ରବୃତ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଏହି ଯୁବକ ମାନେ ମଣିଷ ପଣିଆ କୁ ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଭୋଦେଵ ବାଘ ,ପଦୁ କଟା,ପ୍ରଫୁଲ୍ଲ ଗହିର ଓ କ୍ଷେତ୍ରମୋହନ କଟା ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ରେ ଖୋଲିବ ହେଲ୍ଥ ୱେଲନେସ ସେଣ୍ଟର

Sunil Chandra Nayak

ଲୋକେ ସହଜରେ ଚକ୍ଷୁଦାନ କରିପାରିବେ

Sunil Chandra Nayak

କରୋନାରେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଦାବି କରିପାରିବେ ଆର୍ଥିକ ସହାୟତା

Leave a Comment

error: Content is protected !!