ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ଭାରତ ଜୋଡୋ ଅଭିଯାନ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

କୋକସରା,୫/୧୧- ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭାରତ ଜୋଡୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋନ ସ୍ତରୀୟ ସମ୍ମିଳନୀରେ କୋକସରା ବ୍ଲକ ଆମପାଣି ଯୋନ ପଞ୍ଚାୟତର ଆବାହକ ହରିଶ୍ଚନ୍ଦ୍ର ନାଏକଙ୍କ ତତ୍ୱାବଧାନରେ ବ୍ଲକ କଂଗ୍ରେସ କମିଟିର କୋକସରା ସଭାପତି ଘନଶ୍ୟାମ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ଭୂଷଣ ବେମାଲ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ସଭାପତି ପରମାନନ୍ଦ ମାଝୀ , ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଂଗଠକ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ, କୋକସରା ବ୍ଲକ ସଂଗଠକ ପୁରୁଷୋତ୍ତମ ଗୁପ୍ତା, ପିସିସି ସଭ୍ୟ ଦିଗାମ୍ବର ଦୁରିଆ, ଧର୍ମଗଡ ବ୍ଲକ ଉପ ସଭାପତି ଫକୀର ନାଏକ, ଜିଲ୍ଲା ସମ୍ପାଦକ ସନ୍ତୋଷ ପାଢ଼ୀ, ଧର୍ମଗଡ ମଣ୍ଡଳୀ ଯୁବ ସଭାପତି ଡାକେଶ୍ୱର ଲହଜଳ, ଗୋଳାମୁଣ୍ଡା ବ୍ଲକ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ଜିଲ୍ଲା ସଂଯୋଜକ ସରୋଜ କୁମାର ବାଗ, ପୁର୍ବତନ କୋକସରା ବ୍ଲକ ସଭାପତି ରାଜେନ୍ଦ୍ର ନାଏକ, ଯୁବନେତା ତ୍ରିଭୁବନ ନାଏକ, ବରିଷ୍ଠ ନେତା ନିମାଇଁ ଧଙ୍ଗଡା ମାଝୀ, କମଳ ଲୋଚନ ନାଏକ, ମାର୍କଣ୍ଡ ବେମାଲ, କେଶବ ଚନ୍ଦ୍ର ନାଏକ, ଲାଳସାଏ ନାଏକ, ନାରିନେତ୍ରୀ ଫୁଲତୋଳା ଖମାରି, ମହେନ୍ଦ୍ର ଧରୁଆ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରୁ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଭାରତ ଜୋଡୋ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସ୍ଥିତ କଂଗ୍ରେସର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆମପାଣି ଯୋନ ସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଟିକିଚନ୍ଦ୍ର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଚକରା ମକରା

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଆଶ୍ଵିନର ମହାଦାନ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

Leave a Comment

error: Content is protected !!