ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ରାଉରକେଲା/ ସେକ୍ଟର ୧୭ କମ୍ୟୁନିଟି ସେଣ୍ଟର୍ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ତରଫରୁ ମଧୁସୂଦନ ଶିକ୍ଷା ନିବାସ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଥିଲା। ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ର ଭିଜିଲାନ୍ସ ଅଫିସର ଜଗଦୀଶ ଚନ୍ଦ୍ର ନାୟକ, ବରିଷ୍ଠ ଡିଭିଜିନାଲ ପ୍ରବନ୍ଧକ ମାନସ ରଂଜନ ବେହେରା, ସହ ପ୍ରବନ୍ଧକ ବିଜୟ କୁମାର ନାୟକ ଓ ମଧୁସୂଦନ ଶିକ୍ଷା ନିବାସ ର ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଦୁର୍ନୀତିମୁକ୍ତ ଭାରତ ଗଠନ ସଂପର୍କରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ନିରାକାର ଜେନା ବିଚାରକ ଦାୟିତ୍ୱ ତୁଲାଇ ଥିବାବେଳେ ସହ ପ୍ରବନ୍ଧକ ପ୍ରଶାନ୍ତ ଯୋଶୀ ତିର୍କୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନୀନାରାଣୀ ଜେନା ମୁଦାଲି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ଭଟାପଲାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମୁହାଁମୁହିଁ , ଶିକ୍ଷା କମିଟି ଓ ଛାତ୍ରଛାତ୍ରୀମାନଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!