ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

କୋକସରା, ୫/୧୧( ମ ନି ସ) ୩୧ ଅକ୍ଟୋବର ରୁ ୬ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ପାଳନ କରାଯାଉଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ସୌଜନ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ମିଶନ ଶକ୍ତି ଓ ଜୀବିକା ମିଶନର ମହିଳା କର୍ମକର୍ତ୍ତା ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବା ପାଇଁ ଶପଥ ପାଠ କରିଛନ୍ତି । ଶପଥ ପାଠ ପରେ ଏକ ଶୋଭା ଯାତ୍ରାରେ ବାହାରି କୋକସରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସିଡିପିଓ ସରୋଜା ଲତା ଦେଇ, ଜିପିଇଓ ନାରାୟଣ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ହିସାବ ରକ୍ଷକ ଅଶୋକ କୁମାର ସେଠି, ଦୁର୍ନୀତି ନିବାରଣ ଏସ.ଆଇ ପ୍ରମିଳା ସୁନା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ମିଶନ ଶକ୍ତି ଓଏଲଏମ ର ମହିଳା କର୍ମଚାରୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ସାମିଲ ରହିଥିଲେ।

Related posts

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!