ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଷ୍ଟା ତରଫରୁ ନୂତନ ନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ଼,୧୨/୧୧:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଓଷ୍ଟା ତରଫରୁ ଧର୍ମଗଡ଼ ବ୍ଲକ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସର ରେ ବିଭିନ୍ନ ଓଷ୍ଟା ର କାର୍ଯ୍ୟକର୍ତା ଉପସ୍ଥିତ ରହିବା ସହ ନୂତନ ନିଯୁକ୍ତ ଶିକ୍ଷକ ମାନେ କିପରି ଛାତ୍ର ମାନଙ୍କୁ ଭଲ ପାଠ ପଢେଇବା ସହ ଏକତା ହିଁ ବଲ କୁ ଆଗେଇ ନେବେ ସେ ଉପରେ ଆଲୋଚନା କରାଯାଇଥିଲା ।ଏହି ଉତ୍ସବ ରେ ଧର୍ମଗଡ଼ ବ୍ଲକ ଓଷ୍ଟା ସଭାପତି ବାଞ୍ଛାନିଧି ପଣ୍ଡା,ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା,ଓଷ୍ଟା ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା ,କଳାହାଣ୍ଡି ଜିଲ୍ଲା ଶିକ୍ଷା ସାଂସଦ ପ୍ରତିନିଧି ଜଗବନ୍ଧୁ ମିଶ୍ର,ଜିଲ୍ଲା ଓଷ୍ଟା ସଭାପତି ମନୋରଞ୍ଜନ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ପ୍ରଭାତ ରଥ,ଧର୍ମଗଡ଼ ବ୍ଲକ ସମ୍ପାଦକ ତେଜସ୍ବର ସାହୁ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ନଳିନୀ ଠାକୁର,ପର୍ଲା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ରେ ଭାରତ ଜୋଡୋ ଅଭିଯାନ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!