ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

ଧର୍ମଗଡ:୧୩/୧୧/୨୨:ଧର୍ମଗଡ ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇ ଯାଇଛି । ସଂଘ ର ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ନଗର ପାଳ ଅଶୋକ କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟାଳୟ କୁ ଉଦ୍ ଘାଟନ କରିଥିଲେ । ଦୀର୍ଘ ଦିନ ଧରି ଏକ କାର୍ଯ୍ୟଳୟ ପାଇଁ ସଂଘ ପକ୍ଷରୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ନବ ନିର୍ମିତ ଏନଏସି ପାଠାଗାର ପରିସର ରେ ଏକ ଗୃହ ବରିଷ୍ଠ ନାଗରିକ ସଂଘ କୁ ଯୋଗାଇ ଦିଆ ଯାଉଥିବାରୁ ସଂଘ ପକ୍ଷରୁ ନଗରପାଳ ଶ୍ରୀ ମହାନ୍ତି ଙ୍କୁ ସାଧୁବାଦ୍ ଜ୍ଞାପନ କରା ଯାଇଛି । ଆଜି ର ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁଗ୍ମ ସମ୍ପାଦକ ବିଜୟ କୁମାର ହୋତା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମଳୟ କୁମାର ମୁଣ୍ଡ, ଜିଲ୍ଲା ସଦସ୍ୟ ଦିନବନ୍ଧୁ ମୁଣ୍ଡ ଓ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ସୁନିଲ କୁମାର ପାତ୍ର ବିବରଣୀ ପାଠ କରିଥିଲେ । ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପ ସଭାପତି ବିଘ୍ନରାଜ ପଟଯୋଷୀ, ଉପ ଦେଷ୍ଟା ଗୁଣ ନିଧି ମାଝୀ, ଶଙ୍କର ପ୍ରାସାଦ ପଟଯୋଷୀ, ଚିତ୍ତ ରଂଜନ ପଣ୍ଡା ଙ୍କ ସମେତ ସଂଘ ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

 

Related posts

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

Sunil Chandra Nayak

ତେରେସିଂହା ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

Sunil Chandra Nayak

ଭବାନୀପାଟଣା ଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

Leave a Comment

error: Content is protected !!