ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବିଜେଡି ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

କୋକସରା,୧୩/୧୦- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜେଡି ପକ୍ଷରୁ ଗୁରବାର ଜୀବନ ବିନ୍ଦୁ ଓଡିଶା – ମୋ ପରିବାର ଆନୁକୂଲ୍ୟରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ସୌଜନ୍ୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୭୭ ବର୍ଷ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରାକ୍ତଦାନ ଶିବିର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାନ୍ଯବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଓ କୋକସରା ବ୍ଲକ ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ଯା ଶ୍ରୀମତୀ ବୈଜୟନ୍ତୀ ପୂଝାରୀ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଜୀବନ ବିନ୍ଦୁ ଓଡିଶା- ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଧର୍ମଗଡ ରକ୍ତ ଭଣ୍ଡାର ଟେକ୍ନିସିଏନ ତିରୁପତି ମୁଣ୍ଡ, ନିଗମ ଗୋପାଳ, ଡମ୍ବରୁ ମେହେର, କୁର୍ତ୍ତିବାସ ଦଣ୍ଡସେନା, ଆୟୁଷ ଡ.ଲିପିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପଞ୍ଚକ ପୋଢ଼, ବିଧାୟକ ପ୍ରତିନିଧି ତଥା ଯୁବ ନେତା ମାନସ ରଞ୍ଜନ ବାଗ, ଆତ୍ମା ଅଧ୍ଯକ୍ଷ ଋତୁରାଜ ମାଝୀ, ସଭାନେତ୍ରୀ ଅଶୋକା ନାଏକ, ବ୍ଲକ ଏସ୍.ସି. ସେଲ୍ ସଭାପତି ରମେଶ ଦୁର୍ଗା, ବ୍ଲକ ଛାତ୍ର ସଭାପତି ମାନସ ରଞ୍ଜନ ବେହେରା, ବ୍ଲକ ସୋସିଆଲ ମିଡିଆ ସଂଯୋଜକ ତ୍ରିବିକ୍ରମ ଯାଦବ, ଜିଲ୍ଲା ଛାତ୍ର ଉପ ସଭାପତି ମୁକ୍ତେଶ୍ଵର ନାଗ, ଅଭିମନ୍ୟୁ ଗୋପାଳ, ମହେଶ ଗୁପ୍ତା, ପ୍ରମୋଦ ପ୍ରଧାନୀ, ଅନୀଲ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ଅଜୟ ସାହୁ, ବିନୋଦ ବିହାରୀ ରାଉତ ସମେତ କୋକସରା ବ୍ଲକ ବିଜୁ ଯୁବ-ଛାତ୍ର ଜନତା ଦଳ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଜୁ ଯୁବ-ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Related posts

ବାଲେଶ୍ବର – ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କବିତା

Sunil Chandra Nayak

ବିଧାୟିକା ସୀମାରାଣୀଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ଥ କାର୍ଯ୍ୟକ୍ରମ

Leave a Comment

error: Content is protected !!