ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୁଲ୍ୟରେ ଶିଶୁ ଦିବସ ପାଳିତ

ରାଉରକେଲା/ଉତ୍କଳ ସ୍ନେହୀ ମହିଳା ସମିତି ତରଫରୁ ଛେଣ୍ଡସ୍ଥିତ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ଥାପିତ ‘ଆଶାଦୀପ ବିଦ୍ୟାଳୟ’ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ମହିଳା ସମିତିର ସଭ୍ୟାମାନେ ଆଶାଦୀପରେ ରହୁଥିବା ଅନ୍ତେବାସୀ ପିଲାଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ ଏବଂ ପିଲାମାନଙ୍କ ନାଚଗୀତକୁ ଉପଭୋଗ କରିବାସହ ସେମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ। ସମିତିର ସଭାନେତ୍ରୀ ସବିତା ସାହୁଙ୍କ ନେତୃତ୍ୱରେ ନମିତା ଆଚାର୍ଯ୍ୟ, ସୁପ୍ରିୟା ମହାନ୍ତି, ଗୀତା ମିଶ୍ର, ସାବିତ୍ରୀ ଦାସ, ଗୀତା ସେନାପତି, ସୁଜାତା ଷଡ଼ଙ୍ଗୀ, ସୁଜାତା ରାଣୀ ମହାପାତ୍ର, ମିନୁ ମହାପାତ୍ର,ଅନିମା ବିଶ୍ବାଳ, ନନ୍ଦିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଏନ ଏମ ଓ ପି ଏସ ହାଇସ୍କୁଲ ସଙ୍ଗଠନର ନବ ନିର୍ବାଚିତ ସଭାପତି ଙ୍କୁ ଡହଗାଁ ହାଇସ୍କୁଲରେ ସମ୍ବର୍ଦ୍ଧିତ କଲେ ଶିକ୍ଷକ

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!