ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ନାମ ଧରି ଯାଉଛି ମୁ ପୁରୀ
     ପଥରେ ନାମକୁ ଜପି
ଗାଉଥିବା ତାହା ଭଜନ ସଂଗୀତ
    ପବିତ୍ର ଦେହ ସଂପତି।
ପହଞ୍ଚି ତା ଦାଣ୍ଡେ ମୁଣ୍ଡିଆ ମାରିଲି
      ଚାହିଁ ଦେଲି ନାଲି ବାନା
ଫର ଫର ବାନା ପବନେ ଉଡୁଛି
     ଡାକେ ଆସ ଭକ୍ତ ସିନା।
ଚାଲି ଚାଲି ଭକ୍ତ ଜନ ବନ୍ଧୁ ଗଣ 
     ତା ପବିତ୍ର ନାମ ଧରି
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରନ୍ତି
     ଦୁଃଖ ଦୂର କର ପାରି।
ଧୂପ ଦୀପ ଦେଇ ତା ପାଦୁକା ପାଇ
       ଧନ୍ୟ ଧନ୍ୟ ମୁହିଁ ହେଲି
ହରିରାମ ଶବ୍ଦ ଯେତେ ଦୂର ଯିବ
      ଦୂର ଯିବ ପାପ ଚାଲି।
ଫୁଲରେ ରହିଛି ମହକ ବାସନା
   ତୁମ ପାଇଁ ବଡ଼ ଶୋଭା
ଗଳାରେ ପକାଇ ବସି ରତ୍ନ ବେଦୀ 
    ହୋଇଅଛି ପ୍ରଭୁ ଉଭା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଲଡୁଗାଁ ଠାରେ ମାଉସୀ ମା ମନ୍ଦିର ପାଇଁ ଭୂମିପୂଜନ

ଦିନ ଦ୍ବିପହରରେ ବ୍ଯାଙ୍କ ଡକାୟତି

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

Leave a Comment

error: Content is protected !!