ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଚାରି ଦଫା ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

ତେନ୍ତୁଳିଖୁଣ୍ଟି ୧୯/୧୧/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ କାର୍ଯ୍ୟରତ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ୧୭୫ ଜଣ ଶିକ୍ଷକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବ୍ୟାନର ରେ ଏକତ୍ରିତ ହୋଇ ଥିଲେ। ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟ ନିକଟ ରୁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାରି ଦଫା ଦାବୀ ସମ୍ପର୍କିତ ସ୍ଲୋଗାନ ଦେଇ ରାଲି କରିଥିଲେ। ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଚାରି ଦଫା ଦାବୀ ପ୍ରଦାନ କରିଥିଲେ। ଏ ବି ଇ ଓ ରମେଶ ଟା କ୍ରୀ ଦାବୀ ପତ୍ର ଗ୍ରହଣ କରିଥିଲେ।ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି ଏହି ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ମାଧ୍ୟମିକ ଶିକ୍ଷକମାନଙ୍କୁ ପିଛିଲା ଭାବେ ଇଂକ୍ରିମେଣ୍ଟ ଦେବା ସହ ପୁରୁଣା କାର୍ଯ୍ୟକାଳ କୁ ପ୍ରମୋସନ ବେଳେ ଗଣନା କରିବା ସହ ଚୁକ୍ତିଭିତ୍ତିକ ନିଯୁକ୍ତ ଶିକ୍ଷକମାନଙ୍କୁ ନିୟମିତ କରିବା ନିଷ୍ପତ୍ତି ନେଇଛନ୍ତି।କିନ୍ତୁ ପ୍ରାଥମିକ ଶିକ୍ଷକମାନଙ୍କ କ୍ଷେତ୍ରରେ ଏସବୁ କୁ ଲାଗୁ କରା ଯାଉନି। ଦୀର୍ଘ ଛ ରୁ ଆଠ ବର୍ଷ ଶିକ୍ଷା ସହାୟକ ଭାବେ ସ୍ୱଳ୍ପ ଦରମାରେ କାର୍ଯ୍ୟକରିବା ପରେ ମଧ୍ୟ ସେମାନଙ୍କ ନିୟମିତ ହେବା ପୂର୍ବର କାର୍ଯ୍ୟକାଳ କୁ ହିସାବ କରା ଯାଉନି କି ପିଛିଲା ଭାବେ ଇଂକ୍ରିମେଣ୍ଟ ଦିଆ ଯାଉନି। କିଛି ପ୍ରାଥମିକ ଶିକ୍ଷକ 2004 ପୂର୍ବରୁ ନିଯୁକ୍ତି ପାଇଥିଲେ ସେମାନେ ସ୍ୱତଃ ପୁରୁଣା ପେନସନ ସ୍କିମ ର ପରିସର ଭୁକ୍ତ ହୋଇପାରନ୍ତେ। ଏଣୁ ଆଜି ଅପରାହ୍ନ ରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସେମାନଙ୍କ ଦାବୀ ରେ ନୂତନ ପେନସନ ସ୍କିମ ଉଚ୍ଛେଦ, ପୁରୁଣା ପେନସନ ସ୍କିମ ଲାଗୁ କରିବା। ପିଛିଲା ଭାବେ ମାଧ୍ୟମିକ ଶିକ୍ଷକ ଙ୍କ ଭଳି ଇଂକ୍ରିମେଣ୍ଟ ଦେବା ଓ କାର୍ଯ୍ୟରେ ଯୋଗଦାନ ସମୟ ରୁ ପ୍ରମୋସନ ବେଳେ ବିଚାରକୁନେବା ଆଦି ଦାବୀ ରହିଛି। ଆଜିର ଏହି ରାଲି ଓ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ର ନେତୃତଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁକୁମାର ପଣ୍ଡା , ସପନ କୁମାର ଖୁରା,ସର୍ବେଶ୍ୱର ପତି ,ନର ସିଂ ଗଉଡ଼ , ଅନୁୂପମା ନାୟକ ସଞ୍ଜୟ ସୁନା, ପ୍ରମୁଖ ନେଇଥିଲେ।

ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି

Related posts

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!