ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀ ର ୪ ଟି ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମୀକ୍ଷା ବୈଠକ

ଭବାନୀପାଟଣା (ମ ନି ସ) ତା: ୧୭.୧୧.୨୦୨୨ :- ଆଜି ସ୍ଥାନୀୟ ପ୍ଲାନିଂ ଡି.ପି.ଏମ.ୟୁ, କଳାହାଣ୍ଡି ସମ୍ମିଳନୀ କକ୍ଷରେ ମାନ୍ୟବର ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ନର୍ଲା ବିଧାନସଭା କ୍ଷେତ୍ରର କେସିଙ୍ଗା, ନର୍ଲା, କର୍ଲ।ମୁଣ୍ଡା, ଓ ଏମ.ରାମପୁର ର ସମସ୍ତ ବି. ଡି. ଓ, ତହସିଲଦାର, ସିଡ଼ିପିଓ, ଯନ୍ତ୍ରୀ, ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ । ନର୍ଲା ବିଧାନସଭା କ୍ଷେତ୍ରର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ସ୍କିମ ଉପରେ ପ୍ରଶ୍ନ କରି ମତାମତ ଲୋଡ଼ି ସମସ୍ୟାର ସମାଧାନ ନିମନ୍ତେ ଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ଭୂପିନ୍ଦର ସିଂ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ , ବିଦ୍ୟୁତିକରଣ, ସାମାଜିକ ସୁରକ୍ଷା, ଅବକାରୀ,ଜଙ୍ଗଲ, ରେଭିନ୍ୟୁ, ପୋଲିସ୍ ଉପରେ ସଂପୃକ୍ତ ଅଧିକାରୀଙ୍କୁ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ଉତ୍ତର ଲୋଡ଼ି ଥଲେ । ସେ ନର୍ଲା ରେ ବସଷ୍ଟାଣ୍ଡ ନିର୍ମାଣ, ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ନର୍ସ ଓ ଟେକ୍ନିକାଲ ପଦବୀପୂରଣ, ବୁଡ଼ିପଦର, ସ।ଙ୍କୁସ, ମୋହନଗିରିରେ ଧବଳେଶ୍ୱର ମନ୍ଦିରଙ୍କୁ ନେଇ ପର୍ଯ୍ୟଟନର ବିକାଶ, ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ, ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟ ଓ ଘରୋଇ ବାସଗୃହ ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ର ଅପସାରଣ ଓ ଇନସୁଲେଟର ପ୍ରୟୋଗ, ଛତିଗୁଡ଼ା ଠାରେ ୩୩ କେଭି ବିଦ୍ୟୁତ୍ ସବ ଷ୍ଟେସନ୍ ସ୍ଥାପନ , ଉର୍ଲାଦ।ନୀଠାରେ ସହିଦ୍ ରେଣ୍ଡୋ ମାଝୀଙ୍କ ଜନ୍ମସ୍ଥଳୀର ବିକାଶ, ବିଭିନ୍ନ ଅଞ୍ଚଳରେ ରାସ୍ତା ଓ ଗମନାଗମନର ସୁବିଧା ଉପରେ ଗୁରୁତ୍ବ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ରୁପକ୍ଷ ଙ୍କୁ କହିଥିଲେ । ବର୍ତ୍ତମାନ ବିଶ୍ୱକପ୍ ହକି ଅବସରରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ଥାନୀୟ କ୍ରୀଡାକୁ ପ୍ରୋତ୍ସ।ହନ ପାଇଁ ମିନି ଷ୍ଟାଡିୟମ ନିର୍ମାଣ ଏବଂ ଏଥି ପାଇଁ ତହସିଲଦାର ଖେଳ ପଡିଆକୁ ଚିହ୍ନଟ କରନ୍ତୁ ବୋଲି କହିଥିଲେ ।ଏହି ବୈଠକ ତିନୋଟି ପର୍ଯ୍ୟାୟ ରେ ହୋଇ ଥିଲା। ବୈଠକରେ ସି ଏସ ଓ, ଏସ୍ ଇ ( ଆର୍ ଏଣ୍ଡ ବି) , ଇ. ଇ , ( ଆର୍. ଡି) , ଇ .ଇ ( ଏମ ଆଇ) , ଇ. ଇ ରେତ, ଏସ୍. ଇ (ଇରି ଗେସନ୍), ଏସ.ଇ.(ଟି ପି ଡ଼ ବ୍ଲୁ ଡି ଏଲ୍), ଆର୍.ଟି.ଓ, ଅବକାରୀ ସି.ଡି.ପି.ଓ, ସି.ଡି.ଏ.ଓ, ଡି.ଡି.ଏଚ, ଡି.ଆଇ.ପି.ଆର୍.ଓ, ଡି.ଇ.ଓ, ଡି.ଏସ.ଏସ.ଓ, ସି.ଡି.ଏମ୍.ଓ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

ସରୋଜ କୁମାର ସାହୁ ଙ୍କ କବିତା ଦିଆସିଲି

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!