ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋବାଇଲ ସେବାରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ:୧୦୮ ସେଵା ନ ପାଇ ନାହିଁ ନ ଥିବା ହଇରାଣ-ପ୍ରଶାସନର ଦୃଷ୍ଟି ପଡୁ

ନବରଙ୍ଗପୁର–ଓଡିଶାର କୋଣେ ଅନୁକୋଣେ ମୋବାଇଲ ସେବା ଉପଲବ୍ଧ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷ ବର୍ଷ ଧରି ଉକ୍ତ ସେବାରୁ ବଞ୍ଚିତ ରହିଥବା ଦେଖିବାକୁ ମିଳିଛି।ଆଜି କାଲି ମୋବାଇଲ ସେବା ଛୁଆ ଠାରୁ ବୁଢା ପର୍ଜ୍ୟନ୍ତ ବ୍ୟବହାର ବହୁଳ ମାତ୍ରାରେ ଚାଲୁ ରହି ଥିବାବେଳେ ଏ ଅଞ୍ଚଳ ସେ ସବୁସୁବିଧାରୁ ବଞ୍ଚିତ ରହିଛନ୍ତି।ଉକ୍ତ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବା ବହୁ କଷ୍ଟକର ହୋଇଥିବା ବେଳେ ବହୁ ସମୟରେ ସ୍ଵାସ୍ଥ୍ୟ ସେବା ବିନା ଅକାଳରେ ମ୍ରୁତ୍ୟୁ ବରଣ କରିବାକୁ ପଡିଥାଏ।ହେଲେ ଝରିଗାଁ ବ୍ଲକର ଚକଲାପଦର ଓ ବଡଟେମେରା ଏଇ ଦୁଇଟି ଗ୍ରାମ ପଞ୍ଚାୟତର ନିର୍ଧିଷ୍ଟ କେତୋଟି ଗ୍ରାମବାସୀଙ୍କ ପାଖରେ ଉକ୍ତ ସେବା ବିଲକୁଲ ପହଞ୍ଚି ପାରିନି।ଜଦି ଏଇ ଅଞ୍ଚଳରେ ଦୁର୍ଘଟଣା ହୁଏ କିମ୍ବା ପ୍ରସୁତୀକୁ ସ୍ଵାସ୍ଥ୍ୟ୍ କେନ୍ଦ୍ରକୁ ନେବାକୁ ହୁଏ,ତେବେ ଭଗବାନ ସାହା ଭରଷା।ବଞ୍ଚିବାର ଥିଲେ ବଞ୍ଚନ୍ତି ନଚେତ୍ ମ୍ରୁତ୍ୟୁମୁଖରେ ପଡିଥାନ୍ତି।ବିଏସଏନଏଲ ଟାୱ୍।ର କଙ୍ଗ୍ରା ଗ୍ରାମରେ ଲାଗି ଥିବାରୁ ଉକ୍ତ ଟାୱ୍।ରର ଫ୍ରିକ୍ୟୁଏନସି କମଥିବା ଯୋଗୁଁ ସ୍ଥାନେ ସ୍ଥାନେ ଟାୱ୍।ର ଆସୁଛି ତ ଆସୁନାହିଁ।ଫୋନ କରିବାକୁ ହେଲେ କେଉଠି ଟାୱ୍।ର ଖୋଜି ବୁଲିବାକୁ ପଡୁଛି।ଉକ୍ତ ଅଞ୍ଚଳର ଚାରି ପାର୍ଶ୍ଵ ପାହାଡ ରହି ଥିବାରୁ ଏଇ ସମସ୍ୟା ଲାଗି ରହିଥିବା ଅଞ୍ଚଳବାସୀ କହିଛନ୍ତି।ଚକଲାପଦର ପଞ୍ଚାୟତର ଲହଣାଶୀଳ୍,ବାହାର କରମରି,ଭିତର କରମରି,ଡାଇମାଲ୍, ସାତଭଏନିଖୋଲ ଓ ବଡ ଟେମେରା ପଞ୍ଚାୟତର ସାନ ଟେମେରା, ଡଙ୍ଗରିଗୁଡା,କନକୀଗୁଡା,ଜବାଗୁଡା ପରି ବହୁ ଗ୍ରାମ ମୋବାଇଲ୍ ସେବାରୁ ବଞ୍ଚିତ ରହିଛି,ଏଣୁ ପ୍ରଶାସନ ଦ୍ରୁଷ୍ଟି ଦେଇ ସମସ୍ୟାର ସମାଧାନ କରାଇବାକୁ ଅଞ୍ଚଳବାସୀ ଦ୍ରୁଢଦାବୀ କରିଛନ୍ରି।ପ୍ରଶାସନଏ ଅଞ୍ଚଳ କୁ କେବେ ଜୋଗାଇଦେଉଛି ମୋବାଇଲ ସେବା ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ତିନୋଟି ମନ୍ଦିରରୁ ଚୋରି

Sunil Chandra Nayak

Leave a Comment

error: Content is protected !!