ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ସାମ୍ବାଦିକ ସଂଘ ଗଠନ

ଥୁଆମୂଳ ରାମପୁର : ୨୦/୧୧ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମହୁଲପାଟଣା ସ୍ଥିତ କମ୍ୟୁନିଟି ହଲଠାରେ ଥୁଆମୂଳ ରାମପୁର ବ୍ଲକର ସାମ୍ବାଦିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ କୁମ୍ଭେଶ୍ବର ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକକୁ ଶ୍ରୀ ମୋହନ କୁମାର ସାଗର ପରିଚାଳନା କରିଥିଲେ. ସଭାର ସଭାପତି ମତ ପ୍ରକାଶ କରିଥିଲେ ଯେ, ଶୃଙ୍ଖଳିତ ଭାବରେ ଏକ ସଂଘ ଗଠନ କରାଯିବା ପାଇଁ ବୈଠକରେ ମତ ପ୍ରକାଶ କରିଥିଲେ. ଉକ୍ତ ବୈଠକରେ ନିମ୍ନମତେ ୧୫ ଜଣ ସାମ୍ବାଦିକ ସଦସ୍ୟ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ଏକ ସଂଘ ଗଠନ କରିବା ସହିତ ସଂଘର ନାମ ମଧ୍ୟ ନାମିତ କରାଗଲା. ସଂଘର ନାମ “ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ”ନାମରେ ନାମିତ କରାଯାଇଛି। ତତ ସହିତ ସଂଘର କର୍ମକର୍ତ୍ତା ଚୟନ କରାଗଲା ସର୍ବ ସମ୍ମତି କ୍ରମେ ଶ୍ରୀ ମନୋରଞ୍ଜନ ନାଏକ ( ସମାଜ ପ୍ରତିନିଧି ) ଶ୍ରୀ ବଳଭଦ୍ର ବାଗ (ଦୈନିକଆଶା ବ୍ଳକ ପ୍ରତିନିଧି) ଙ୍କୁ ସଭାପତି ଭାବରେ ପ୍ରସ୍ତାବ କରିଥିଲେ. ଏହାକୁ ଶ୍ରୀ ସଲମନ ନାଏକ ( ସ୍ବସ୍ତିକ ଟି ଭି ) ଓଡିଶା ସମର୍ଥନ କରିଥିଲେ. ଶ୍ରୀ ମୋହନ କୁମାର ସାଗର ( ସ୍ବସ୍ତୀକ ଟି ଭି ଜ଼ିଲ୍ଲା ପ୍ରତିନିଧି ) ଶ୍ରୀ କୁମେଶ୍ୱର ଠାକୁରଙ୍କୁ ସମ୍ପାଦକ ଭାବେ ପ୍ରସ୍ତାବ କରିଥିଲେ. ଏହାକୁ ଶ୍ରୀ ମକୁନ୍ଦ ନାଏକ ( ନିର୍ମଳ ଟି ଭି ) ସମର୍ଥନ ଜଣାଇଥିଲେ. ସେହିପରି ଶ୍ରୀ ସଲମନ ନାଏକଙ୍କୁ କୋଷାଧ୍ୟକ୍ଷ ଭାବେ ଈଶ୍ବର ଚନ୍ଦ୍ର ନାଏକ ପ୍ରସ୍ତାବ କରିଥିଲେ. ଏହାକୁ ଶ୍ରୀ ପରିକ୍ଷୀତ ନାଏକ ସମର୍ଥନ ଜଣାଇଥିଲେ. ଉପଦେଷ୍ଟା ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ମୋହନ କୁମାର ସାଗର ଓ କିଶୋର ଶୈଳ୍ଯ ସମେତ୍ ଲିଗାଲ ଏଡ଼ଭାଇଜର ଭାବରେ ଶ୍ରୀ ମନୋରଞ୍ଜନ ନାଏକଙ୍କୁ ଚୟନ କରାଗଲା.।ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଶ୍ରୀ ରମାକାନ୍ତ ନାଏକ, ଶ୍ରୀ ଦଶରଥ ନାଏକ, ଶ୍ରୀ ସୁଶାନ୍ତ କୁମାର ନାଏକ, ଶ୍ରୀ ପରିକ୍ଷୀତ ନାଏକ, ଶ୍ରୀ ଆଲୋକ ଧଙ୍ଗଡ଼ାମାଝି, ଶ୍ରୀ ମକୁନ୍ଦ ନାଏକ, ଶ୍ରୀ କୁମୁଦ ମାଝୀ, ଶ୍ରୀ ଅଙ୍ଗଦ ନାଏକ,ଶ୍ରୀ ଦୁର୍ଗା କିର୍ତ୍ତୀ, ଶ୍ରୀ ଜଗାକାଳିଆ ନାଏକ ପ୍ରମୁଖ ରହିଥିବା ଜଣାପଡିଛି। ପରିଶେଷରେ ଚୟନୀତ ସଭାପତି, ସମ୍ପାଦକ, ଏବଂ କୋଷାଧ୍ୟକ୍ଷଙ୍କୁ ସପଥ ପାଠ କରାଇ ଏହାର କାର୍ଯ୍ୟ କାଳ ତିନି ବର୍ଷରେ ଥରେ କର୍ମକର୍ତ୍ତାମାନଙ୍କୁ ଅଦଳବଦଳ କରିବା ପାଇଁ ଧାର୍ଯ୍ୟ କରାଗଲା. ପ୍ରକାଶ ଥାଉକି ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି ବିଶୃଙ୍ଖଳିତ କାର୍ଯ୍ୟ କିମ୍ବା ମନୋମାଳିନ୍ଯ ପରିସ୍ଥିତି ଦେଖାଗଲେ ତାଙ୍କ ପ୍ରତି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ଯବସ୍ଥା କରାଯାଇଛି। ଶେଷରେ ସଂଘର ସଭାପତି ଶ୍ରୀ ବଳଭଦ୍ର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁ ଦକ୍ଷିଣା

Sunil Chandra Nayak

ଆନନ୍ଦପୁର- ସେବା, ସୁଶାସନ ଓ ଗରିବ କଲ୍ଯାଣ ଜନ ସମ୍ପର୍କ ଯାତ୍ରା

Leave a Comment

error: Content is protected !!